Advertisment

ଘରେ ପଶି ୬୦ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ

ନବ ନିର୍ମାଣାଧୀନ ଘରେ ଏକାକୀ ଶୋଇଥିଲେ ୬୦ ବର୍ଷୀୟା ବୃଦ୍ଧା। ରାତି ପ୍ରାୟ ୯ ଟା ବେଳେ ୫ ଜଣ ଯୁବକ ଘରେ ପଶି ବୃଦ୍ଧାଙ୍କୁ ମାଡ଼ ମାରିଥିଲେ। ତା’ପରେ ଜଣେ ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Rape

Rape

Advertisment

ଘରେ ପଶି ୬୦ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କଲେ ୫ ଯୁବକ। ଏପରି ଲୋମହର୍ଷଣକାରୀ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଘଟିଛି। ଗଣ ଦୁଷ୍କର୍ମରେ ଅସୁସ୍ଥ ବୃଦ୍ଧାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଗୁରୁବାର ରାତିରେ ନବ ନିର୍ମାଣାଧୀନ ଘରେ ଏକାକୀ ଶୋଇଥିଲେ ୬୦ ବର୍ଷୀୟା ବୃଦ୍ଧା। ରାତି ପ୍ରାୟ ୯ ଟା ବେଳେ ୫ ଜଣ ଯୁବକ ଘରେ ପଶି ବୃଦ୍ଧାଙ୍କୁ ମାଡ଼ ମାରିଥିଲେ। ତା’ପରେ ଜଣେ ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ପରିବାର ଲୋକେ ଏନେଇ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରିଥିଲା। ସାଇଣ୍ଟିଫିକ ଟିମ ସହ କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ, ଥାନା ଅଧିକାରୀ ରଶ୍ମିତା ବେହେରା ପ୍ରମୁଖ ମାମଲାର ତଦନ୍ତ କରି ୫ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଅସୁସ୍ଥ ହୋଇପଡ଼ିଥିବା ମହିଳାଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

Advertisment

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe