Advertisment

୬ ହଜାର କେଜି ଓଜନର ଲୁହା ବ୍ରିଜ ଚୋରି, ବନ୍ଧା ହେଲେ ୪

ନବେ ଫୁଟ ଲମ୍ବ ତଥା ଛଅ ହଜାର କେଜି ଓଜନ ବିଶିଷ୍ଟ ଲୁହା ବ୍ରିଜକୁ ଲୁଟିନେଲେ ଲୁଟେରେ। ଶେଷରେ ବହୁ ଖୋଳତାଡ଼ ପରେ ପୁଲିସ୍‌ ୪ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ଲୁହା ବ୍ରିଜର ଖଣ୍ଡବିଖଣ୍ଡିତ ଅଂଶକୁ ଜବତ କରିଛି।

ଅଦ୍ୟତନ ହୋଇଛି
Bridge

Bridge

Advertisment

ନବେ ଫୁଟ ଲମ୍ବ ତଥା ଛଅ ହଜାର କେଜି ଓଜନ ବିଶିଷ୍ଟ ଲୁହା ବ୍ରିଜକୁ ଲୁଟିନେଲେ ଲୁଟେରେ। ଶେଷରେ ବହୁ ଖୋଳତାଡ଼ ପରେ ପୁଲିସ୍‌ ୪ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ଲୁହା ବ୍ରିଜର ଖଣ୍ଡବିଖଣ୍ଡିତ ଅଂଶକୁ ଜବତ କରିଛି। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ମୁମ୍ବାଇର ମାଲଦା ବ୍ୟାକ୍‌ ଅଞ୍ଚଳରେ ଘଟିଛି।

Advertisment

ଅଧିକ ଓଜନ ବିଶିଷ୍ଟ ବିଦ୍ୟୁତ୍‌ ତାରକୁ ସମ୍ଭାଳିବା ନିମନ୍ତେ ଅଦାନୀ ଗ୍ରୁପ୍‌ ପକ୍ଷରୁ ଗତ ବର୍ଷ ଜୁନ୍‌ ମାସରେ ମୁମ୍ବାଇର ନୁଲାହ ଅଞ୍ଚଳରେ ଉକ୍ତ ବ୍ରିଜ ସ୍ଥାପିତ କରାଯାଇଥିଲା। ଏହାପରେ ଏଥିନିମନ୍ତେ ଏକ ସ୍ଥାୟୀ ବ୍ରିଜ ନିର୍ମାଣ କରାଯିବାରୁ ଉକ୍ତ ଲୁହା ବ୍ରିଜକୁ ସେଠାରୁ ହଟାଯାଇ ମାଲଦା ଅଞ୍ଚଳର ଏକ ଜନଶୂନ୍ୟ ଅଞ୍ଚଳରେ ରଖାଯାଇଥିଲା।

ଉକ୍ତ ଅଞ୍ଚଳରେ ସିସିଟିଭି ଲଗା ଯାଇ ନ ଥିବା ବେଳେ କିଛି ଦିନ ପୂର୍ବେ ଉକ୍ତ ଲୁହା ବ୍ରିଜ ସମ୍ପୃକ୍ତ ସ୍ଥାନରେ ନ ଥିବା ଦେଖିବାକୁ ମିଳିଥିଲା। ହଠାତ୍‌ ଖୁବ୍‌ ଓଜନ ବିଶିଷ୍ଟ ବ୍ରିଜ ଗାଏବ ହୋଇଯିବା ଘଟଣାକୁ କେହି ବିଶ୍ୱାସ କରି ପାରି ନ ଥିଲେ। ଏନେଇ ଅଦାନୀ ଅଧିକାରୀ ଥାନାରେ ଅଭିଯୋଗ କରିଥିଲେ।

Advertisment

ପୁଲିସ୍‌ ଘଟଣାର ଖୋଳତାଡ଼ କରି ଆଖପାଖରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଗତ ୧୧ ତାରିଖରେ ଏକ ଭାରୀଯାନ ଉକ୍ତ ଅଞ୍ଚଳ ଅତିକ୍ରମ କରିଥିବା ଜାଣିବାକୁ ପାଇଲା। ଏହାପରେ ଉକ୍ତ ଗାଡ଼ିର ନମ୍ବର ଯାଞ୍ଚ କରି ପୁଲିସ୍‌ ୪ ଜଣଙ୍କୁ ବାନ୍ଧିଛି।

ଉକ୍ତ ବ୍ରିଜଟି ନିଛାଟିଆ ଅଞ୍ଚଳରେ ଥିବା ଅଭିଯୁକ୍ତମାନେ ତାହା ଉପରେ ଆଖି ପକାଇଥିଲେ। ଏହାପରେ ସୁବିଧା ଦେଖି ଗ୍ୟାସ୍‌ କଟର ସାହାଯ୍ୟରେ ଲୁହା ବ୍ରିଜ୍‌କୁ ଛୋଟ ଛୋଟ ଖଣ୍ଡରେ କାଟି ଗାଡ଼ିରେ ଭର୍ତ୍ତି କରି ନେଇ ଯାଇଥିଲେ। ଉକ୍ତ ବ୍ରିଜ ନିର୍ମାଣ ନିମନ୍ତେ ଯେଉଁ ଗ୍ରୁପ୍‌କୁ ଠିକାଦାରୀ ଦିଆଯାଇଥିଲା, ଉକ୍ତ ଗ୍ରୁପ୍‌ର ଜଣେ ଚୋରି ଗ୍ୟାଙ୍ଗରେ ସାମିଲ ଥିବା ଜଣାଯାଇଛି।

Police Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe