Advertisment

୬୩ ବର୍ଷୀୟ ବୃଦ୍ଧାଙ୍କୁ ବି ଛାଡ଼ିଲେନି: ଗଣଦୁଷ୍କର୍ମ କଲେ, ୩୦ ହଜାର ଟଙ୍କା ନେଇଗଲେ

ସେମାନେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରିବା ପରେ ଘରେ ଥିବା ୩୦ ହଜାର ଟଙ୍କା ମଧ୍ୟ ଲୁଟି ନେଇଛନ୍ତି।

stop rape

stop rape

Advertisment

କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ବେଳେ ଏବେ ପୁଣି ପୁଣି ସାମ୍ନାକୁ ଆସିଛି ଆଉ ଏକ ଲଜ୍ଜାଜନକ ଘଟଣା।

Advertisment

ରାଜସ୍ଥାନରେ ଜଣେ ୬୩ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ୨ ଜଣ ବ୍ୟକ୍ତି। ସେମାନେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରିବା ପରେ ଘରେ ଥିବା ୩୦ ହଜାର ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ରାଜସ୍ଥାନର ସିରୋହି ଜିଲ୍ଲା ଅନ୍ତର୍ଗତ ଅବୁ ରୋଡ ନିକଟ ଗୋଟିଏ ଆଦିବାସୀ ବହୁଳ ଗାଁରେ ଏପରି ଘଟଣା ଘଟିଛି।

ଅଗଷ୍ଟ ୧୫ ତାରିଖରେ ବୃଦ୍ଧା ଜଣଙ୍କ ରୁଜୁ କରିଥିବା ଏଫଆଇଆରରେ କହିଛନ୍ତି ଯେ ଦୁଇ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଥିଲେ। ସେ ଘଟଣା ଦିନ ରାତିରେ ଏକାକୀ ଘର ଭିତରେ ଶୋଇଥିବା ବେଳେ ୨ ଜଣ ଯାକ ଧସେଇ ପଶିଥିଲେ। ସେମାନେ ପ୍ରଥମେ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ଘରେ ଥିବା ୩୦ ହଜାର ଟଙ୍କା ଲୁଟି ନେଇଥିଲେ। ବୃଦ୍ଧା ଜଣଙ୍କ ତାଙ୍କ ଏଫଆଇଆରରେ ଦୁଇ ଜଣଙ୍କ ନାଁ ଉଲ୍ଲେଖ କରିଥିଲେ। ଏହାକୁ ଆଧାର କରି ପୁଲିସ୍‌ ଜଣଙ୍କୁ ଗିରଫ କରିଛି।

Advertisment

ଅବୁ ରୋଡ ଆରଆଇଆଇସିଓ ପୁଲିସ୍‌ ଷ୍ଟେସନର ଇନଚାର୍ଜ ସୀତାରାମ ପନୱର କହିଛନ୍ତି ଯେ ଘଟଣାଟି ଅଗଷ୍ଟ ୧୩ ତାରିଖରେ ଘଟିଥିଲା। ଅଭିଯୋଗକାରୀଙ୍କ ସ୍ୱାମୀ କିଛି ବର୍ଷ ତଳେ ପ୍ରାଣ ହରାଇଥିଲେ। ସେ ଏକାକୀ ଘରେ ଥିବା ବେଳେ ତାଙ୍କ ସହ ଏପରି ଘଟଣା ଘଟିଛି। ୧୩ ତାରିଖ ରାତି ପ୍ରାୟ ୧୦ଟା ବେଳେ ବୃଦ୍ଧା ଜଣଙ୍କ ରାତ୍ର ଭୋଜନ ପରେ ଶୋଇବାକୁ ଯାଇଥିଲେ।

ରାତି ପ୍ରାୟ ୧ଟା ବେଳେ ୨ ଜଣ ବ୍ୟକ୍ତି ମାସ୍କ ଲଗାଇ ଘର ଭିତରେ ପଶିଥିଲେ ଓ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କ ମୁହଁକୁ ପଞ୍ଚ ମାରିବାରୁ କିଛି ଦାନ୍ତ ମଧ୍ୟ ଗଳି ପଡ଼ିଛି। ସେମାନେ ବୃଦ୍ଧାଙ୍କୁ ତଳେ ପକାଇ ମଧ୍ୟ ଗୋଇଠା ମାରିଥିଲେ। ଦୁଇ ଅଭିଯୁକ୍ତ ତାଙ୍କୁ ଗହଣା ମାଗିଥିଲେ। କିନ୍ତୁ ବୃଦ୍ଧାଙ୍କ ପାଖରେ କିଛି ଅଳଙ୍କାର ନଥିଲା।

ଏହାପରେ ସେମାନେ ବୃଦ୍ଧାଙ୍କୁ ଟଙ୍କା ମାଗି ହତ୍ୟାର ଧମକ ଦେଇଥିଲେ। ଶେଷରେ ସେମାନେ ଗୋଟିଏ ଡ୍ରମରେ ଥିବା ୩୦ ହଜାର ଟଙ୍କା ନେଇଯାଇଥିଲେ। ଦୁଇ ଅଭିଯୁକ୍ତ ବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ।

ଘଟଣା ପରେ ବୃଦ୍ଧା ଜଣଙ୍କ ତାଙ୍କ ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲେ ଓ ସବୁ କଥା କହିଥିଲେ। ଏତିକି ବେଳେ ସମ୍ପର୍କୀୟଙ୍କ ପୁଅ ଦୁଇ ବ୍ୟକ୍ତିଙ୍କ ପିଛା କରିଥିଲେ। ହେଲେ ସେମାନେ ପାହାଡ଼ ଉପରକୁ ଚାଲି ଯାଇଥିଲେ।

କିନ୍ତୁ ସମ୍ପର୍କୀୟଙ୍କ ପୁଅ ସେମାନଙ୍କୁ ଚିହ୍ନି ଦେଇଥିଲେ। ଦୁଇ ଅଭିଯୁକ୍ତ ହେଲେ ପ୍ରଭୁ ଗରାସିଆ ଓ ଭର୍ମା। ପୁଲିସ୍‌ ପ୍ରଭୁଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

Rajasthan Crime Story Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe