Advertisment

୬ ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ; ବିସ୍ଫୋରକ ଜବତ

ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ସୁରକ୍ଷାକର୍ମୀମାନେ ନକ୍ସଲ ପ୍ରବଣ ଜିଲ୍ଲାରେ ଅପରେସନ ଜାରି ରଖିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Naxal

Naxal

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁକମା ଜିଲ୍ଲାରୁ ପୁଲିସ ଏବଂ CRPF କୋବ୍ରା ବାହିନୀର ମିଳିତ ଟିମ୍ ୬ଜଣ ଦୁର୍ଦ୍ଦାନ୍ତ ନକ୍ସଲଙ୍କୁ ଗିରଫ କରିଛି। ସେମାନେ ବହୁ ହିଂସାକାଣ୍ଡରେ ଜଡ଼ିତ ଥିବା ଜଣାଯାଇଛି। ଏହାସହ ଓ ସେମାନଙ୍କ ନାଁରେ ଅନେକ ମାମଲା ଥିବା ଜଣାପଡ଼ିଛି।

Advertisment

ନକ୍ସଲମାନଙ୍କଠାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ଏହାସହ ୧୯ଟି BGM ବୋମା ସହ ଜିଲେଟିନ ଜବତ ହୋଇଥିବା ସୁକମା ଏସପି ସୂଚନା ଦେଇଛନ୍ତି।

ସେହିପରି ଏପ୍ରିଲ ୬ ତାରିଖରେ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଥିଲା। ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ସୁରକ୍ଷାକର୍ମୀମାନେ ନକ୍ସଲ ପ୍ରବଣ ଜିଲ୍ଲାରେ ଅପରେସନ ଜାରି ରଖିଛନ୍ତି। ଏପ୍ରିଲ ୨ରେବିଜାପୁର ଜିଲ୍ଲାରେସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ନକ୍ସଲ ନିପାତ ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ସର୍ଚ୍ଚ ଅପରେସନରେ ବେଳେ ୬ ଜଣ ନକ୍ସଲ ନିପାତ ହୋଇଥିଲେ।

Advertisment
Malkangiri