Advertisment

ଗୁଣି ଗାରେଡି ସନ୍ଦେହରେ ହତ୍ୟା; ୭ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ଗୁଣି ଗାରେଡି ସନ୍ଦେହରେ ୨୦୧୯ ମସିହା ଏପ୍ରିଲ୍‌ ୧୪ ତାରିଖରେ କେନ୍ଦୁଝର ସଦର ଥାନା ସେଣ୍ଡକାପ ଗାଁର ଦୀନବନ୍ଧୁ ମୁଣ୍ଡାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା।

undefined

Judgment

Advertisment

ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗରେ ୭ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ଆଜି ରାୟ ଶୁଣାଇଛନ୍ତି। ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ଜରିମାନା କରିଛନ୍ତି କୋର୍ଟ।

Advertisment

ଗୁଣି ଗାରେଡି ସନ୍ଦେହରେ ୨୦୧୯ ମସିହା ଏପ୍ରିଲ୍‌ ୧୪ ତାରିଖରେ କେନ୍ଦୁଝର ସଦର ଥାନା ସେଣ୍ଡକାପ ଗାଁର ଦୀନବନ୍ଧୁ ମୁଣ୍ଡାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଦୀନବନ୍ଧୁଙ୍କୁ ଗାଁର ରବୀନ୍ଦ୍ର ମୁଣ୍ଡା, ନରହରୀ ମୁଣ୍ଡା, ବଳଭଦ୍ର ମୁଣ୍ଡା, ବୌଶାଖୁ ମୁଣ୍ଡା, ଚେମା ମୁଣ୍ଡା, ଟୁରା ମୁଣ୍ଡା ଓ ଟିମା ମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରକୁ ଡାକିଥିଲେ। ଦୀନବନ୍ଧୁ ଆସିବା ପରେ ତାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ସଦର ଥାନା ପୁଲିସ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ମାମଲାକୁ ବିଚାରକରି ୭ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୩ ଜଣ ସାକ୍ଷୀଙ୍କ ବୟାନ୍‌ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଲେଖାଏଁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି।

Advertisment

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe