Advertisment

ମହଙ୍ଗା ପଡ଼ିଲା ଗଞ୍ଜେଇ ମାଫିଆଙ୍କ ସହ ଡିଲ୍‌: ୭ ପୁଲିସ କର୍ମଚାରୀ ନିଲମ୍ବିତ, ୨ ହୋମଗାର୍ଡ ବିଦା

୨ ଜଣ ତାଲିମ ନେଉଥିବା ଏସଆଇଙ୍କ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସପି।

author-image
Tapaswini Nayak
ଅଦ୍ୟତନ ହୋଇଛି
Police Station

Police Station

ଗଞ୍ଜେଇ ମାଫିଆଙ୍କୁ ଛାଡ଼ିବା ଓ ସେମାନଙ୍କ ସହ ଡିଲ୍‌ କରିବା ପଡ଼ିଲା ମହଙ୍ଗା। ମାଛକୁଣ୍ଡ ଓ ଲମତାପୁଟ ଥାନାର ୭ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି କୋରାପୁଟ ଏସପି। ନିଲମ୍ବିତ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ୩ ଜଣ ଏସ୍‌ଆଇ, ୨ ଜଣ ଏପିଏଫ ଓ ୨ ଜଣ କନଷ୍ଟେବଲ ଅଛନ୍ତି। ଏଥିସହ ୨ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ବେଳେ ତାଲିମ ନେଉଥିବ ୨ ଜଣ ଏସଆଇଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।ଗାଡ଼ିର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରାଯିବା ପରେ ଫେରାର୍ ହୋଇଥିବା ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯିବ ବୋଲି କୋରାପୁଟ ଏସପି ସୂଚନା ଦେଇଛନ୍ତି।

Advertisment

ସୋମବାର ବିଳମ୍ବିତ ରାତିରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ଓଡ଼ିଶା-ଆନ୍ଧ୍ର ସୀମାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଆନ୍ଧ୍ରରୁ ଏକ ଗଞ୍ଜେଇ ଟ୍ରକ୍ ଓଡ଼ିଶା ସୀମା ଦେଇ ବାହାର ରାଜ୍ୟକୁ ଯାଉଥିଲା। ମାଛକୁଣ୍ଡ ଓ ଲମତାପୁଟ ପୁଲିସ ଏହି ଗାଡ଼ିଟିକୁ ଅଟକାଇବା ସହ ଗଞ୍ଜେଇ ମାଫିଆଙ୍କୁ ଅଟକ ରଖିଥିଲେ। ପରେ ଗଞ୍ଜେଇ ମାଫିଆମାନେ ପୁଲିସ ସହ ଏକ ଡିଲ୍ କରିଥିଲେ। ମାଫିଆମାନେ ଗାଡ଼ିକୁ ଛାଡ଼ିବା ପାଇଁ ପୁଲିସ ସହ ୧୦ ଲକ୍ଷ ଟଙ୍କା ଡିଲ୍‌ କରିଥିବା ସୂଚନା ରହିଛି। ପରେ ଗଞ୍ଜେଇ ମାଫିଆମାନେ ପୁଲିସକୁ ୫ ଲକ୍ଷ ଟଙ୍କା ଦେଇଥିବା ବେଳେ ଅବଶିଷ୍ଟ ଟଙ୍କା ଦେଇନଥିବା ଜଣାଯାଇଛି।ଯାହାକୁ ନେଇ ପୁଲିସ ଓ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପୁଲିସ ଗାଡ଼ି ଛାଡ଼ି ନଥିବା ବେଳେ ମାଫିଆମାନେ ଗାଡ଼ି ଛାଡ଼ି ପଳାଇଥିଲେ।

ଘଟଣା ସଂପର୍କରେ କୋରାପୁଟ ଏସପି କୌଣସି ସୁତ୍ରରୁ ଖବର ପାଇଥିଲେ। ପରେ ପାଟ୍ରୋଲିଂରେ ଥିବା ମାଛକୁଣ୍ଡ ଓ ଲମତାପୁଟ ଥାନାର ପୁଲିସ କର୍ମଚାରୀଙ୍କୁ ଡାକି ପଚରାଉଚରା କରିଥିଲେ। ଏଥିସହ ନନ୍ଦପୁର ଏସଡିପିଓଙ୍କୁ ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଏସପି ନିର୍ଦ୍ଦେଶ ଦେଇଥିଲେ। ଏସଡିପିଓ ରିପୋର୍ଟ ଦେବା ପରେ ମାଛକୁଣ୍ଡ ଓ ଲମତାପୁଟ ଥାନାର ୭ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ରହିଛି। ଏଥିସହ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ବେଳେ ୨ ଜଣ ତାଲିମ ନେଉଥିବା ଏସଆଇଙ୍କ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସପି। ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ କୋରାପୁଟ ଏସପିଙ୍କ ନେତୃତ୍ୱରେ ସ୍ପେଶାଲ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି।

Advertisment
Odisha Police Koraput Suspend;