Advertisment

ସ୍କୁଲ ପାଖରେ ବୁଲୁଥିଲେ; ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ଗାଁ ଲୋକ ଘେରିଲେ

ଆଜି ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ବାସୁଦେବପୁରର ଅଟଳ ବିହାରି ହାଇସ୍କୁଲ ଛକ ନିକଟରେ ୭ ଜଣଙ୍କୁ ଧରି ପୁଲିସରେ ଜିମା ଦେଇଛନ୍ତି ଗ୍ରାମବାସୀ।

author-image
Biswajit Samal
Bangladeshi

Bangladeshi

ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ୭ଜଣଙ୍କୁ ଅଟକାଇ ପୁଲିସରେ ଜିମା ଦେଲେ ଲୋକେ। ବାଂଲାଦେଶରେ ହିଂସା ପରେ ଓଡ଼ିଶାର ହାଇଆର୍ଲଟ ଜିଲ୍ଲା ମଧ୍ୟରେ ଭଦ୍ରକ ଜିଲ୍ଲା ରହିଛି।

Advertisment

ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ପୂର୍ବରୁ ବାଂଲାଦେଶୀ ଥିବା ବେଳେ ଏବେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମୁକୁଳା ପଡ଼ିଥିବାରୁ କେତେବେଳେ ଅନୁପ୍ରବେଶକାରୀ ପଶିଯିବେ ସେହି କାରଣରୁ ହାଇ ଆଲର୍ଟରେ ଏବେ ସାଧାରଣ ଲୋକ। ଆଜି ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ବାସୁଦେବପୁରର ଅଟଳ ବିହାରି ହାଇସ୍କୁଲ ଛକ ନିକଟରେ ୭ ଜଣଙ୍କୁ ଧରି ପୁଲିସରେ ଜିମା ଦେଇଛନ୍ତି ଗ୍ରାମବାସୀ।

ଏକ ଅଟୋରେ ୬ ଜଣ ଲୋକ ବାସୁଦେବପୁର ହାଇସ୍କୁଲ ଛକ ନିକଟରେ ଓହ୍ଲାଉ ଥିବା ବେଳେ ସ୍ଥାନୀୟ ଲୋକଙ୍କର ସନ୍ଦେହ ବଢିଥିଲା। ବାଂଲାଦେଶୀ ସନ୍ଦେହରେ ସ୍ଥାନୀୟ ଲୋକ ଅଟକ ରଖି ବାସୁଦେବପୁର ଥାନାରେ ଜିମା ଦେଇଥିଲେ। ସେହିପରି ନାୟକାଣିଡ଼ିହି ଥାନା ନଳବାଙ୍କ ଛକରୁ ବାଂଲାଦେଶୀ ସନ୍ଦେହରେ ଜଣେ ଯୁବକକୁ ଅଟକ ରଖିଛନ୍ତି ସ୍ଥାନୀୟ ବାସିନ୍ଦା।

Advertisment