Advertisment

୭ ଫୁଟ ୬ ଇଞ୍ଚ ଉଚ୍ଚତାର ପୂର୍ବତନ କନଷ୍ଟେବଲ କରୁଥିଲେ ଡ୍ରଗ୍ସ ବେପାର, ମାଡ଼ି ବସିଲା ପୁଲିସ୍‌

ଏହି ବ୍ୟକ୍ତି ଜଣଙ୍କ ଏକଦା ନିଜର ଉଚ୍ଚତା ପାଇଁ ଆମେରିକା ଗଟ ଟ୍ୟାଲେଣ୍ଟ ରିୟଲିଟି ଶୋ’ରେ ପ୍ରବେଶ କରିଥିଲେ। କିନ୍ତୁ ସେଠାରୁ ଫେରିବା ପରେ ସେ ପଞ୍ଜାବରେ ଡ୍ରଗ୍ସ ବେପାରରେ ମାତି ଥିଲେ।

author-image
Hemant Lenka
Punjab

Punjab

ନିଜର ଉଚ୍ଚତା ପାଇଁ ଚର୍ଚ୍ଚାରେ ରହୁଥିବା ପୂର୍ବତନ କନଷ୍ଟେବଲଙ୍କ କଳା କାରନାମାର ପର୍ଦ୍ଦାଫାସ ହୋଇଛି। ୭ ଫୁଟ ୬ ଇଞ୍ଚର ଏହି ପୂର୍ବତନ କନଷ୍ଟେବଲଙ୍କୁ ପଞ୍ଜାବ ପୁଲିସ ବିପୁଳ ପରିମାଣର ହେରୋଇନ ସହ ଗିରଫ କରିଛି।

Advertisment

ଏହି ବ୍ୟକ୍ତି ଜଣଙ୍କ ଏକଦା ନିଜର ଉଚ୍ଚତା ପାଇଁ ଆମେରିକା ଗଟ ଟ୍ୟାଲେଣ୍ଟ ରିୟଲିଟି ଶୋ’ରେ ପ୍ରବେଶ କରିଥିଲେ। କିନ୍ତୁ ସେଠାରୁ ଫେରିବା ପରେ ସେ ପଞ୍ଜାବରେ ଡ୍ରଗ୍ସ ବେପାରରେ ମାତି ଥିଲେ।

ଜଗଦୀପ ସିଂହ ଓରଫ ଦୀପ ସିଂହଙ୍କୁ ରାଜ୍ୟ ପୁଲିସ୍‌ର ସ୍ୱତନ୍ତ୍ର ସେଲ ଗିରଫ କରିଛି। ତାଙ୍କର ଦୁଇ ସହଯୋଗୀ ମଧ୍ୟ ଧରା ପଡ଼ିଛନ୍ତି। ତାରନ ତରାନ ଜିଲ୍ଲାରୁ ଏମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ପୁଲସ ୫୦୦ ଗ୍ରାମର ହେରୋଇନ ଜବତ କରିଛି। ଜଗଦୀପ ଏକଦା ପଞ୍ଜାବ ପୁଲିସ୍‌ରେ କାମ କରୁଥିଲେ।

Advertisment

ଚାକିରି ଛାଡ଼ିବା ପରେ ମଧ୍ୟ ସେ ନିଜ ଗାଡ଼ିରେ ପଞ୍ଜାବ ପୁଲିସ୍‌ର ଷ୍ଟିକର ମାରି ବୁଲୁଥିଲେ। ଏହି ଗାଡ଼ିରେ ବୁଲି ସେ ନିଜର ଡ୍ରଗ୍ସ ବେପାର କରୁଥିଲେ। ଗିରଫ ପରେ ପୁଲିସ ତାଙ୍କୁ ଓ ତାଙ୍କର ଦୁଇ ସହଯୋଗୀଙ୍କୁ କୋର୍ଟରେ ହାଜର କରିଥିଲା। ଏହାପରେ କୋର୍ଟ ସେମାନଙ୍କୁ ଜେଲ ପଠାଇ ଦେଇଛନ୍ତି।

ଦୀପ ସିଂହ ଆମେରିକା ଗଟ ଟ୍ୟାଲେଣ୍ଟର ୧୪ତମ ସଂସ୍କରଣରେ ନଜର ଆସିଥିଲେ। ବୀର ଖାଲା ଗ୍ରୁପର ଜଣେ ସଦସ୍ୟ ଭାବେ ସେ ବିଶ୍ୱର ଅନ୍ୟତମ ବଡ଼ ମଞ୍ଚରେ ନିଜର ଅନେକ ବିପଦଜନକ ଷ୍ଟଣ୍ଟ ଦେଖାଇଥିଲେ। ତାଙ୍କ ଉଚ୍ଚତା ୭ ଫୁଟ ୬ ଇଞ୍ଚ ଥିବାରୁ ସେ ସମସ୍ତଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିପାରୁ ଥିଲେ।

ଶୋ’ର ସର୍ବାଧିକ ଉଚ୍ଚାର ବ୍ୟକ୍ତି ଭାବେ ସେ ରେକର୍ଡ ବି କରିଥିଲେ। ଦୀପ ସିଂହ ଶୋ’ରେ ପାରମ୍ପରିକ ଗଟକା ରଣକୌଶଳ ସମସ୍ତଙ୍କୁ ଦେଖାଇଥିଲେ। ତେବେ କ୍ୱାର୍ଟର ଫାଇନାଲରେ ଦୀପଙ୍କ ସହ ବୀର ଖାଲା ଗ୍ରୁପ ଉକ୍ତ ଶୋ’ରୁ ବିଦାୟ ନେଇଥିଲେ।

ଏକାଧିକ ସିନେମା ଓ ଇଣ୍ଡିଆ ଗଟ ଟ୍ୟାଲେଣ୍ଟରେ ମଧ୍ୟ ସେ ନଜର ଆସିଥିଲେ। ଗତବର୍ଷ ଅଷ୍ଟ୍ରେଲିଆ ଗଟ ଟ୍ୟାଲେଣ୍ଟରେ ତାଙ୍କ ଗ୍ରୁପ ଭାଗ ନେଇଥିଲା। କିନ୍ତୁ ସେମି ଫାଇନାଲରେ ସେମାନଙ୍କୁ ଶୋ’ରୁ ବିଦାୟ ନେବାକୁ ପଡ଼ିଥିଲା।

Punjab Drugs Case