/odisha-reporter/media/post_attachments/uploadimage/library/16_9/16_9_0/IMAGE_1702275593.jpg)
Acid attack
ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଏସିଡ୍ ମାଡ଼ ହୋଇଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ପୁରୀ ଜିଲ୍ଲା ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ଅଞ୍ଚଳରେ ଏହି ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Advertisment
ଚମାର ସାହିର ବିଜୟ ବେହେରା ଗାଁର କୋଠ ଜମିରେ ଘର କରିଥିଲେ। ଏନେଇ କୋର୍ଟରେ ମାମଲା ଚାଲିଛି। ଗତକାଲି ସନ୍ଧ୍ୟାରେ କିଛି ଗ୍ରାମବାସୀ ଆସି ବିଜୟଙ୍କୁ କେବେ ଘର ଖାଲି କରିବ ବୋଲି ପଚାରିଥିଲେ।
ଏହି କଥାକୁ ବିଜୟ ଓ ଗ୍ରାମବାସୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବିଜୟ ଉତକ୍ଷିପ୍ତ ହେବା ସହ ତାଙ୍କ ପୁଅ ସହ ମିଶି ଲୋକଙ୍କ ଉପରକୁ ଏସିଡ ମାଡ କରିଥିଲେ। ଏହି ଏସିଡ୍ ମାଡ଼ରେ ବିଜୟ ଓ ତାଙ୍କପୁଅ ସମେତ ୭ ଜଣ ଆହତ ହୋଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
