Advertisment

ଅପହୃତା ଝିଅର ଗୁହାରୀ- ୫ ଲକ୍ଷ ଦେଇ ମୋତେ ନେଇ ଯାଅ, ନଚେତ ମାରିଦେବେ

ବଡ଼ଚଣା ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ମନୋଜଙ୍କ ସହ  ଆକ୍ରମଣକାରୀଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି।

author-image
Tapaswini Nayak
Attack

Attack

‘‘ମୋତେ ଅପହରଣ କରି ରଖିଛନ୍ତି, ୫ ଲକ୍ଷ ଟଙ୍କା ନ ଦେଲେ ସେମାନେ ମୋତେ ମାରିଦେବେ। ଟଙ୍କା ଦେଇ ମୋତେ ନେଇ ଯାଅ ବୋଲି ଅପହରଣର ହେବାର ୨ ଦିନ ପରେ ଫୋନ୍ କରି ପରିବାର ଲୋକଙ୍କୁ କହିଥିଲା ଝିଅ।” ନାବାଳିକାଙ୍କ କଥା ଶୁଣିବା ପରେ  ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ ବାପା। ନାବାଳିକାଙ୍କୁ ଉଦ୍ଧାର ପାଇଁ ଅଭିଯୁକ୍ତଙ୍କ ଘରେ ପହଞ୍ଚିଥିଲା ପୁଲିସ।

Advertisment

ନାବାଳିକାଙ୍କୁ ଉଦ୍ଧାର କରିବା ବେଳେ ପୁଲିସକୁ ମାଡ଼ ମାରି ଲହୁଲୁହାଣ କରିଥିଲେ ଅଭିଯୁକ୍ତଙ୍କ ପରିବାର ଲୋକେ। ଆକ୍ରମଣକାରୀଙ୍କ ଆକ୍ରମଣରେ ୭ ଜଣ ପୁଲିସ ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ଅଞ୍ଚଳରେ। ଆହତ ପୁଲିସ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଅଭିଯୁକ୍ତ ମନୋଜ ସାମଲଙ୍କ ସହ ଆକ୍ରମଣ କାରୀଙ୍କୁ ଧରିବାକୁ ଖୋଡ଼ତାଡ଼ ଆରମ୍ଭ କରିଛି।  

ଗତ ୫ ତାରିଖରେ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ତାଙ୍କ ଘରୁ ଅପହରଣ କରି ନେଇଥିଲା ମନୋଜ। ଅପହରଣ ପରେ ନାବାଳିକାଙ୍କୁ ନିଜ ଘର ବଡ଼ଚଣାରେ ରଖିଥିଲା। ପରିବାର ଲୋକେ ଝିଅକୁ ନପାଇ ଚାରିଆଡେ ଖୋଜାଖୋଜି କରିଥିଲେ,ହେଲେ ପାଇ ନଥିଲେ। ୭ ତାରିଖରେ  ଅପହରଣ ହୋଇଥିବା ଝିଅ  ପରିବାର ଲୋକଙ୍କୁ ଫୋନ୍ କରିଥିଲା। ‘ମୋତେ ଅପହରଣ କରି ରଖିଛନ୍ତି, ୫ ଲକ୍ଷ ଟଙ୍କା ନ ଦେଲେ ସେମାନେ ମୋତେ ମାରିଦେବେ। ଟଙ୍କା ଦେଇ ମୋତେ ନେଇ ଯାଅ ବୋଲି କହିଥିଲା। 

Advertisment

ନାବାଳିକାଙ୍କ ବାପା ଘଟଣାସଂପର୍କରେ ଡେଲାଙ୍ଗ ପୁଲିସକୁ ଜଣାଇଥିଲେ। ଡେଲାଙ୍ଗ ପୁଲିସ ଘଟଣା ସଂପର୍କରେ ବଡ଼ଚଣା ପୁଲିସକୁ ଅବଗତ କରାଇଥିଲା। ପରେ ପୁଲିସ ନାବାଳିକାକୁ ଉଦ୍ଧାର କରିବା ପାଇଁ ଜାଲ ବିଛାଇଥିଲା। ୯ ତାରିଖ ରାତିରେ ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ୪ ଜଣ  ପୁଲିସ  ଓ ବଡ଼ଚଣା ଥାନାର ୩ ପୁଲିସ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରିଥିଲେ।

ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିବା ସହ ମୋନଜକୁ ଗିରଫ କରିବାକୁ ପୁଲିସ ଚେଷ୍ଟା  କରିଥିଲେ। ଏହି ସମୟରେ ମନୋଜଙ୍କ ପରିବାର ଲୋକେ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ପୁଲିସ ନାବାଳିକାଙ୍କୁ ଉଦ୍ଧାର ନ କରି ସେଠାରୁ ପଳାଇ ଆସିଥିଲା। ଆକ୍ରମଣକାରୀଙ୍କ ଆକ୍ରମଣରେ ୭ ଜଣ ପୁଲିସ କର୍ମଚାରୀ ହୋଇଥିଲେ। ଆହତ ପୁଲିସ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡେଲାଙ୍ଗ ଆଇଆଇସିଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବଡ଼ଚଣା ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ମନୋଜଙ୍କ ସହ  ଆକ୍ରମଣକାରୀଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି।

Odisha Police Jajpur Police Attack