Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି; ୭ ରେଳ କର୍ମଚାରୀ ନିଲମ୍ବିତ

ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ ଷ୍ଟାଫ୍‌ ମଧ୍ୟ ଅଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Anil Mishra

Anil Mishra

ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ନବନିଯୁକ୍ତ ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍‌) ଅନୀଲ କୁମାର ମିଶ୍ରା ଏହି ସୂଚନା ଦେଇଛନ୍ତି। ଏହି ୭ ଜଣଙ୍କ ମଧ୍ୟରେ ଗିରଫ ୩ କର୍ମଚାରୀଙ୍କ ସମେତ ବାହାନଗା ବଜାର ଷ୍ଟେସନ୍ ମାଷ୍ଟର ଶଶିଭୂଷଣ ମହାନ୍ତି, ଟ୍ରାଫିକ୍ ଇନିସପେକ୍ଟର,ମେଣ୍ଟେନର ଏବଂ ଜଣେ ରିଲେ ରୁମ୍ କର୍ମଚାରୀ ଅଛନ୍ତି। 

Advertisment

ଶ୍ରୀ ମିଶ୍ରା କହିଛନ୍ତି, ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ ଷ୍ଟାଫ୍‌ ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନରଙ୍କ ଭୂମିକା ମଧ୍ୟ ରହିଛି। ସେଥିପାଇଁ ସେମାନଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଏହି କର୍ମଚାରୀମାନେ ସତର୍କ ହୋଇଯାଇଥିଲେ ଦୁର୍ଘଟଣାକୁ ଟାଳି ହୋଇଥା’ନ୍ତା। ତେଣୁ କାର୍ଯ୍ୟରେ ଅବହେଳା କରିଥିବା ନେଇ ସେମାନଙ୍କୁ ନିଲମ୍ବନ କରାଯାଇଛି। ସିବିଆଇ ଘଟଣାର ତଦନ୍ତ ଜାରି ରଖିଛି। 

ଆଜି ସକାଳ ପ୍ରାୟ ୧୦ଟାରୁ ସାଢ଼େ ୧୦ଟା ଯାଏଁ ବାହାନଗାର ଦୁର୍ଘଟଣାସ୍ଥଳକୁ ଯାଇ କ୍ଷେତ୍ର ଅନୁଧ୍ୟାନ କରିଥିଲେ ଜିଏମ୍ ଅନୀଲ କୁମାର ମିଶ୍ରା ଏବଂ ଡିଆରଏମ୍ କେ.ଆର୍.ଚୌଧୁରୀ। ପରେ ବାଲେଶ୍ୱର ଷ୍ଟେସନକୁ ଆସି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେଠାରେ ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହ ମଧ୍ୟ ସେମାନେ ଆଲୋଚନା କରିଥିଲେ। ନବନିଯୁକ୍ତ ଜିଏମ୍ କହିଛନ୍ତି, ଆସନ୍ତା ୬ରୁ ୭ ମାସ ଭିତରେ ବାହାନଗା ରିଲେ ରୁମକୁ ଅତ୍ୟାଧୁନିକ କରିବା ପାଇଁ ପଦକ୍ଷେପ ନିଆଯିବ।  

Advertisment

ବାହାନଗା ଟ୍ରେନ ଦୁର୍ଘଟଣା ପାଇଁ ଗିରଫ ହୋଇଥିବା ୩ ରେଳ କର୍ମଚାରୀ- ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ସିବିଆଇ ପୁଣି ଥରେ ରିମାଣ୍ଡରେ ନେଇଛି। ସିବିଆଇ ପ୍ରଥମେ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା, ଯାହା ଗତକାଲି ଶେଷ ହୋଇଥିଲା। ଏହା ପରେ ସିବିଆଇ ସେମାନଙ୍କୁ କୋର୍ଟରେ ହାଜର କରି ପୁଣି ଥରେ ୫ ଦିନିଆ ରିମାଣ୍ଡରେ ସେମାନଙ୍କୁ ନେବାକୁ ଦାବି କରିଥିଲା। ହେଲେ କୋର୍ଟ ୪ ଦିନ ରିମାଣ୍ଡରେ ନେବାକୁ ସିବିଆଇ କୁ ଅନୁମତି ଦେଇଥିଲେ। 

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। 

CBI Bahanaga