Advertisment

କଅଁଳ ବୟସରେ ପାପ ନଜର

ରବିବାର ୫ ବର୍ଷର ଝିଅ ଖେଳିବାକୁ ଯାଇଥିଲା। ସେହି ସମୟରେ ସେ ଦୁଷ୍କର୍ମର ଶିକାର ହୋଇଥିଲା। ଜଣେ ୭ ବର୍ଷର ପିଲା ତା’କୁ ଦୁଷ୍କର୍ମ କରିଥିଲା। ପୀଡ଼ିତା ଏନେଇ ପରିବାର ଲୋକଙ୍କୁ କହିଥିଲା।

author-image
Hemant Lenka
Stop Rape

Stop Rape

ପାପ ଓ ପୁଣ୍ୟ କ’ଣ ଜାଣିନି। ତଥାପି କ୍ଷଣିସ୍ ଆଶକ୍ତିର ବଶବର୍ତ୍ତୀ ହୋଇ ଜଣେ ୭ ବର୍ଷର ପିଲା କରିଛି ପାପ। ଖେଳିବାକୁ ଯାଇଥିବା ଜଣେ ୫ ବର୍ଷର ଝିଅକୁ ପାପ ନଜରରେ ଦେଖିଛି, ଆଉ ଏକୁଟିଆ ସୁଯୋଗ ପାଇ ଦୁଷ୍କର୍ମ ଭଳି କୁକର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଲୋମହର୍ଷଣକାରୀ ଘଟଣା ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାରେ ଘଟିଛି।

Advertisment

ରବିବାର ୫ ବର୍ଷର ଝିଅ ଖେଳିବାକୁ ଯାଇଥିଲା। ସେହି ସମୟରେ ସେ ଦୁଷ୍କର୍ମର ଶିକାର ହୋଇଥିଲା। ଜଣେ ୭ ବର୍ଷର ପିଲା ତା’କୁ ଦୁଷ୍କର୍ମ କରିଥିଲା। ପୀଡ଼ିତା ଏନେଇ ପରିବାର ଲୋକଙ୍କୁ କହିଥିଲା।

ପୀଡ଼ିତାଙ୍କ ମା’ ମଙ୍ଗଳବାର ଆକବରପୁର ପୁଲିସ୍‌ ଷ୍ଟେସନରେ ଏ ସମ୍ପର୍କରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଏହାପରେ ପୁଲିସ୍‌ ଆଇପିସିର ଧାରା ୩୭୬ ଓ ପୋକସୋ ଆକ୍ଟର ସେକସନର ୫/୬ ଆଧାରରେ ମାମଲା ରୁଜୁ କରିଛି।

Advertisment

ପୁଲିସ୍‌ ଏହି ଅଭିଯୋଗକୁ ଆଧାର କରି ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀମାଇନା ଜିଲ୍ଲା ହସ୍ପିଟାଲରେ କରାଇଛି। ପରୀକ୍ଷାରୁ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି।

ଆକବର କୋଟୱାଲି ପୁଲିସ୍‌ ଷ୍ଟେସନ ଇନସପେକ୍ଟର ସତୀଶ ସିଂହ କହିଛନ୍ତି, ପୁଲିସ୍‌ ବେଶ ସତର୍କତାର ସହ ମାମଲାର ତଦନ୍ତ କରୁଛି। ଯଦି ୭ ବର୍ଷରୁ କମ ବୟସ୍କ ପିଲା ଅପରାଧ କରୁଛି, ତା’ହେଲେ ଏହା ଅପରାଧ ବର୍ଗରେ ଆସିବ ନାହିଁ। ଆଇନ ବିଶେଷଜ୍ଞ ମତାମତ ନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ପୁଲିସ୍‌ ବର୍ତ୍ତମାନ ସେ ଦିଗରେ ସବୁ ପଦକ୍ଷେପ ନେଉଥିବା ସତୀଶ କହିଛନ୍ତି।

Uttar Pradesh Stop Rape