Advertisment

ବୃଦ୍ଧ ଦମ୍ପତିଙ୍କୁ ବାନ୍ଧି ମୁହଁରେ ପଟି ମାରିଦେଲେ ଲୁଟେରା, ବୃଦ୍ଧା ମୃତ

ଘରେ ବୃଦ୍ଧ ଦମ୍ପତି ଏକୁଟିଆ ଥିବାର ସୁଯୋଗ ନେଇ ପଶିଲେ ଚୋର। ସେମାନେ ଦମ୍ପତିଙ୍କ ଗୋଡ଼ହାତ ବାନ୍ଧି ଦେବା ସହ ମୁହଁରେ ପଟି ବାନ୍ଧି ଘରୁ ମୂଲ୍ୟବାନ ଜିନିଷ ଲୁଟିବାକୁ ଲାଗିଲେ।

author-image
Niharika Rout
Old Couple

Old Couple

ଘରେ ବୃଦ୍ଧ ଦମ୍ପତି ଏକୁଟିଆ ଥିବାର ସୁଯୋଗ ନେଇ ପଶିଲେ ଚୋର। ସେମାନେ ଦମ୍ପତିଙ୍କ ଗୋଡ଼ହାତ ବାନ୍ଧି ଦେବା ସହ ମୁହଁରେ ପଟି ବାନ୍ଧି ଘରୁ ମୂଲ୍ୟବାନ ଜିନିଷ ଲୁଟିବାକୁ ଲାଗିଲେ। ମାତ୍ର ଏହି ସମୟ ମଧ୍ୟରେ ଅଣ ନିଃଶ୍ୱାସୀ ହୋଇ ବନ୍ଧା ହୋଇଥିବା ଅବସ୍ଥାରେ ହିଁ ଆଖି ବୁଜିଛନ୍ତି ବୃଦ୍ଧାଜଣକ। ଏପରି ଏକ ସାଂଘାତିକ ଘଟଣା ଗତକାଲି ମୁମ୍ବାଇରେ ଘଟିଛି।

Advertisment

ଦକ୍ଷିଣ ମୁମ୍ବାଇରେ ଥିବା ୟୁସୁଫ ମନଜିଲ୍‌ ନାମକ ବିଲ୍ଡିଂରେ ବୃଦ୍ଧ ଦମ୍ପତି ଏକୁଟିଆ ରହୁଥିଲେ। ଗତକାଲି ସକାଳ ୬ଟାରେ ସେମାନେ ମର୍ଣ୍ଣିଂ ୱାକ୍‌ ନିମନ୍ତେ ଘରୁ ବାହାରିଥିଲେ। ଉକ୍ତ ସମୟରେ ସେଠାରେ ଲୁଚି ରହିଥିବା ୩ ଦୁର୍ବୃତ୍ତ ଉଭୟଙ୍କୁ ଧମକାଇ ଘର ଭିତରକୁ ନେଇ ଯାଇଥିଲେ। ସେଠାରେ ସେମାନେ ବୃଦ୍ଧବୃଦ୍ଧାଙ୍କ ହାତଗୋଡ଼ ବାନ୍ଧିବା ସହ ମୁହଁରେ ପଟି ବାନ୍ଧିଥିଲେ।

ଏହାପରେ ଲୁଟେରାମାନେ ଘରୁ ସୁନା, ରୂପା ଅଳଙ୍କାର, ଟଙ୍କା ଆଦି ଜିନିଷ ଲୁଟିବାକୁ ଲାଗିଲେ। କିଛି ସମୟ ମଧ୍ୟରେ ଘରେ କଳାକନା ବୁଲାଇ ସେମାନେ ଫେରାର ହୋଇ ଯାଇଥିଲେ। ଏହାପରେ ବୃଦ୍ଧଜଣକ ବହୁ କଷ୍ଟରେ ଘରର ଆଲାରାମ ମାରିବାକୁ ତଳୁ ସୋସାଇଟିର କର୍ମଚାରୀ ପହଞ୍ଚିଥିଲେ।

Advertisment

ସେମାନେ ଅଚେତ ଅବସ୍ଥାରେ ବୃଦ୍ଧାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଲୁଟେରାଙ୍କ ପତ୍ତା ମିଳି ପାରିନି।

Mumbai Loot Deadbody