Advertisment

ଶିମିଳିପାଳରେ ସର୍ଚ୍ଚ ଅପରେସନ ଜୋରଦାର, ମିଳିଲା ୭୧ ବନ୍ଧୁକ

ଶିମିଳିପାଳରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ୍ ବେଳେ ମିଳିଛି ୭୧ଟି ବନ୍ଧୁକ।

Gun Seized

Gun Seized

Advertisment

ଶିକାରୀଙ୍କ କବଜାରେ ପଡ଼ି ଦିନକୁ ଦିନ ଶ୍ରୀହୀନ ହୋଇ ପଡ଼ୁଥିବା ଶିମିଳିପାଳ ଅଭୟାରଣ୍ୟରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଶିମିଳିପାଳରେ ବନ୍ଧୁକ ମୁନରେ ଚାଲିଛି ଅବାଧ ବନ୍ୟା ପ୍ରାଣୀ ଶିକାର। ଆଉ ଏହାକୁ ବିରୋଧ କରୁଥିବା ତଥା ପାଟ୍ରୋଲିଂକୁ କଡ଼ାକଡ଼ି କରୁଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ଦ୍ଦାନ୍ତ ଶିକାରୀ। ଏହାକୁ ରୋକିବାକୁ ଶିମିଳିପାଳରେ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଛି।

Advertisment

ଶିମିଳିପାଳରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ୍ ବେଳେ ମିଳିଛି ୭୧ଟି ବନ୍ଧୁକ। ବିଭିନ୍ନ ଥାନା ଅଞ୍ଚଳରେ ବନ ବିଭାଗ ଓ ପୁଲିସ ସର୍ଚ୍ଚ ଅପରେସନ କରି ଏହି ବନ୍ଧୁକ ଜବତ କରିଛି।

ଶିମିଳିପାଳରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ଶିକାରୀଙ୍କ ଗୁଳିରେ ଦୁଇ ବନ କର୍ମଚାରୀ ସହିଦ ହୋଇଥିଲେ । ଏହା ପରେ ଶିମିଳିପାଳ ଅଭୟାରଣ୍ୟ ଭିତରେ କମ୍ବିଂ ଅପରେସନ ଚଳାଇ ପ୍ରଥମ ପର୍ଯ୍ୟାୟରେ ୧୬୫ ଦେଶୀ ବନ୍ଧୁକ ଜବତ ସହ ୨୬ ଶିକାରୀଙ୍କୁ ଗିରଫ କରାଯାଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ଚେତା ପଶିଥିଲା ଓ ଶିମିଳିପାଳ ଅଭୟାରଣ୍ୟରେ ତିନି ପ୍ଲାଟୁନ ଫୋର୍ସ ମୃତୟନ କରାଯାଇ କମ୍ବିଂ ଅପରେସନ ଆରମ୍ଭ କରା ଯାଇଥିଲା।

Advertisment

ସୂଚନାଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟରେ ଶିକାରୀମାନେ ଜଣେ ଫରେଷ୍ଟ ଗାର୍ଡଙ୍କୁ ଗତ ମେ’ ମାସରେ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଏହା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।  ଏହାପରେ ଶିମିଳିପାଳର ୬ ଶହ ସୁରକ୍ଷା ସହାୟକ(ଠିକା ବନ କର୍ମଚାରୀ) ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ ଦୁଇଟି ଡିଭିଜନରେ ଥିବା ମୋଟ ୧୬ଟି ରେଞ୍ଚକୁ ପୁଲିସ୍‌ କର୍ମଚାରୀ ଜଗିଥିଲେ। ଏଥିସହ ଶିମିଳିପାଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା।

Mayurbhanj Raid Similipal National Park Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe