Advertisment

୭୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ଚେକିଂ ବେଳେ ଦୁଇଟି ଗାଡ଼ିରୁ ୫କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ

author-image
Biswajit Samal
ଅଦ୍ୟତନ ହୋଇଛି
Ganja seized

Ganja seized

ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ୫କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପଶ୍ଚିମବଙ୍ଗ ପୁଲିସ। ଏହି ଘଟଣା ରେ ୫ଜଣ ବେପାରୀଙ୍କୁ ଗିରଫ କରିବା ସହ ଗୋଟିଏ ଟ୍ରକ ଓ ଗୋଟିଏ କାର ଜବତ କରିଛି ପୁଲିସ। ଗିରଫ ୫ଜଣଙ୍କ ମଧ୍ୟରୁ ଜଣଙ୍କ ଘର ଓଡ଼ିଶାରେ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କ ଘର ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣାର ବୋଲି ଜଣା ପଡ଼ିଛି।

Advertisment

ସୂଚନା ଅନୁଯାୟୀ ଗୁରୁବାର (ଗତକାଲି) ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲା ଜାତୀୟ ରାଜପଥର ବେଲଦା ନିକଟରେ ପୁଲିସ ପାଟ୍ରୋଲିଂ କରୁଥିଲା। ସେହି ସମୟରେ ଗୋଟିଏ ପିଆଜ ବୋଝେଇ ଟ୍ରକ ଓ ଗୋଟିଏ କାର ଦ୍ରୂତଗତିରେ ଯାଉଥିବା ବେଳେ ପୁଲିସ ସନ୍ଦେହରେ ଗାଡ଼ି ଗୁଡ଼ିକକୁ ଅଟକାଇ ଚେକିଂ କରିଥିଲା।

ଚେକିଂ ବେଳେ ଦୁଇଟି ଗାଡ଼ିରୁ ୫କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ। ପିଆଜ ବୋଝେଇ ଟ୍ରକ ଓ ଗୋଟିଏ କାର ରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ। ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୭୫ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଗଞ୍ଜେଇକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପଶ୍ଚିମବଙ୍ଗ ପୁଲିସ।

Advertisment
Ganja Seized