Advertisment

୭୫ ବର୍ଷୀୟ ବୃଦ୍ଧଙ୍କ ଠାରୁ ୩.୩ କୋଟି ଠକି ନେଲେ ‘ୟୁକ୍ରେନ ମହିଳା’

ଜଣେ ମହିଳା ନିଜକୁ ୟୁକ୍ରେନର ନାଗରିକ ଭାବେ ପରିଚୟ ଦେଇ ବୃଦ୍ଧଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ କୌଶଳକ୍ରମେ ତାଙ୍କୁ ଠାରୁ ୮ ମାସ ମଧ୍ୟରେ ୩.୩ କୋଟି ଟଙ୍କା ଲୁଟ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Fraud

Fraud

ପୁଣି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରୁ ଆସିଛି ସାଇବର ଠକେଇର ସାଂଘାତିକ ତଥ୍ୟ। ଗୋଟିଏ ଘରୋଇ କମ୍ପାନୀର ୭୫ ବର୍ଷୀୟ ମାଲିକଙ୍କ ଠାରୁ ସାଇବର ଠକମାନେ ନେଇ ଯାଇଛନ୍ତି ୩.୩ କୋଟି ଟଙ୍କା। ଜଣେ ମହିଳା ନିଜକୁ ୟୁକ୍ରେନର ନାଗରିକ ଭାବେ ପରିଚୟ ଦେଇ ବୃଦ୍ଧଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ କୌଶଳକ୍ରମେ ତାଙ୍କୁ ଠାରୁ ୮ ମାସ ମଧ୍ୟରେ ୩.୩ କୋଟି ଟଙ୍କା ଲୁଟ କରିଛନ୍ତି। 

Advertisment

ନିଜକୁ ୟୁକ୍ରେନର ନାଗରିକ କହୁଥିବା ମହିଳା ଜଣଙ୍କ ଇ-ମେଲ ଯୋଗେ ବୃଦ୍ଧଙ୍କୁ ଯୋଗାଯୋଗ କରିଥିଲେ। ତାଙ୍କ କମ୍ପାନୀ ବୃଦ୍ଧଙ୍କ କମ୍ପାନୀରୁ କିଛି ଜିନିଷ କିଣିବାକୁ ଚାହୁଁଥିବା କହିଥିଲେ। ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କଥା ବୃଦ୍ଧଙ୍କୁ ଜଣାଇଥିଲେ।

ଏଥିପାଇଁ ସେ ଭାରତରେ ନିଜର ବ୍ୟବସାୟ କରିବାକୁ ଚାହୁଁଥିବା ଜଣାଇଥିଲେ। ବ୍ୟବସାୟ ଆରମ୍ଭ କରିବା ପାଇଁ ମହିଳା ଜଣଙ୍କ ଗୋଟିଏ ବକ୍ସରେ ନଗଦ ୯.୭ ଲକ୍ଷ ଡଲାର ବା ପ୍ରାୟ ୮ କୋଟି ଟଙ୍କା ପଠାଇଥିଲେ। କିନ୍ତୁ ଏହାକୁ ଇଣ୍ଡୋନେସିଆର ଜାକାର୍ତ୍ତା ପୁଲିସ୍‌ ଜବତ କରି ନେଇଥିବା ମଧ୍ୟ ବୃଦ୍ଧଙ୍କୁ କହିଥିଲେ।

Advertisment

ଏହି ବକ୍ସକୁ ଆଣିବା ପାଇଁ ବୃଦ୍ଧଙ୍କୁ ଏକାଧିକ ଫି’ ବାବଦରେ ଟଙ୍କା ପଠାଇବାକୁ କୁହାଯାଇଥିଲା। ଶେଷରେ ସେ ୩.୩ କୋଟି ଟଙ୍କା ହରାଇଛନ୍ତି। ଠକେଇର ଶିକାର ହେବା ପରେ ବୃଦ୍ଧ ଜଣଙ୍କ ସେପ୍ଟେମ୍ବର ମାସରେ ସାଇବର କ୍ରାଇମର ପଶ୍ଚିମ ରିଜନ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗରେ ବୃଦ୍ଧ ଜଣଙ୍କ କହିଛନ୍ତି ଯେ ତାଙ୍କ ପାଖକୁ ୟୁକ୍ରେନର ଇସେମା ନାମକ ଜଣେ ମହିଳା ଇ-ମେଲ କରିଥିଲେ। ପ୍ରଥମେ ସେ କିଛି ଜିନିଷ କିଣିବାକୁ ଚାହୁଁଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଯୁଦ୍ଧ ଯୋଗୁ ସେ ଭାରତରେ ବ୍ୟବସାୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ରୁଷ ସହ ଯୁଦ୍ଧ ବେଳେ ତାଙ୍କ ବ୍ୟବସାୟିକ ପାର୍ଟନରଙ୍କ ମୃତ୍ୟୁ ଘଟିଥିବା ବୃଦ୍ଧଙ୍କୁ ଜଣାଇଥିଲେ।

ଏଥିପାଇଁ ଇସେମା ଗୋଟିଏ ବକ୍ସରେ ନଗଦ ଟଙ୍କା ବୃଦ୍ଧଙ୍କ ପାଖକୁ ପଠାଇଥିବା କହିଥିଲା। ସେ ଗୋଟିଏ କୋରିୟର କମ୍ପାନୀର ନାଁ ମଧ୍ୟ କହିଥିଲେ। ଏହି ଟଙ୍କାରେ ଇସେମାଙ୍କ ନାଁରେ ଭାରତରେ ବ୍ୟବସାୟ ଆରମ୍ଭ କରିବାକୁ ମଧ୍ୟ ଅଭିଯୋଗକାରୀ ଚିନ୍ତା କରିଥିଲେ। କିଛି ଦିନ ପରେ ଅଭିଯୋଗକାରୀ ବୃଦ୍ଧ ଜଣଙ୍କ ଆଉ ଗୋଟିଏ ଇ-ମେଲ ପାଇଥିଲେ। ଏଥିରେ ତାଙ୍କୁ କୋରିୟର ବକ୍ସର ଟ୍ରାକିଂ ଆଇଡି ମିଳିଥିଲା।

ପ୍ରଥମେ ତାଙ୍କୁ ଗୋଟିଏ ଇ-ମେଲ ଆସିଥିଲା। ଏଥିରେ କୁହାଯାଇଥିଲା ଯେ ବକ୍ସ ଭାରତରେ ପହଞ୍ଚି ଯାଇଛି ଓ ଶିପିଂ ଚାର୍ଜ ଦେଇ ଏହାକୁ ଗ୍ରହଣ କରନ୍ତୁ। ବୃଦ୍ଧ ଜଣଙ୍କ ବକ୍ସ ଆଣିବାକୁ ଯାଉଥିବା ବେଳେ ହଠାତ ଆଉଟ ଗୋଟିଏ ଇ-ମେଲ ଆସିଥିଲା। ଏଥିରେ କୁହାଯାଇଥିଲା ଯେ ତାଙ୍କ ପାର୍ସଲ ଜାକାର୍ତ୍ତା ଏୟାରପୋର୍ଟରେ ସିଜ ହୋଇ ରହିଛି।

ନିଶା ଚାଲାଣ ଓ ମନି ଲଣ୍ଡରିଂ କ୍ଲିୟରାନ୍ସର କାଗଜପତ୍ର ତାଙ୍କୁ ମଗା ଯାଇଥିଲେ। ଇ-ମେଲ ପଠାଇଥିବା ଲୋକ ଜଣଙ୍କ ତାଙ୍କୁ ପ୍ରମାଣପତ୍ର ବାବଦ ଫି’ ପଠାଇବାକୁ କହିଥିଲେ। ତାଙ୍କପ ଟିକସ ରିଟର୍ଣ୍ଣସ, ଅର୍ଜିନାଲ ଫଣ୍ଡ କ୍ଲିୟରାନ୍ସ ପ୍ରମାଣପତ୍ର, ପାୱର ଅଫ ଆଟର୍ଣ୍ଣି, ବୀମା ଓ ଅର୍ଥ ମନ୍ତ୍ରଣାଳୟ ଠାରୁ ଅନୁମତି ପତ୍ର ଦାଖଲ କରିବାକୁ କୁହାଯାଇଥିଲା।

ବିଭିନ୍ନ ପ୍ରମାଣପତ୍ର ବାବଦ ଫି’ ପଠାଇବା ପାଇଁ ଇ-ମେଲ ପ୍ରେରଣକାରୀ ବୃଦ୍ଧଙ୍କ ପାଖକୁ ୧୦୧ ଆକାଉଣ୍ଟ ନମ୍ବର ପଠାଇ ଥିଲେ। ବୃଦ୍ଧ ଜଣଙ୍କ ୮ କୋଟି ପାଇବା ଆଶାରେ ୮ ମାସ ଧରି ବିଭିନ୍ନ ଆକାଉଣ୍ଟକୁ ୩.୩ କୋଟି ଟଙ୍କା ପଠାଇଥିଲେ। ଶେଷରେ ସେ ଠକାମୀରେ ପଡ଼ିଥିବା ଜାଣି ପୁଲିସରେ ଅଭିଯୋଗ କରିଛନ୍ତି।

Cyber Attack Cyber Crime