Advertisment

ଅମାନିଆ ଅଟୋ ଚାଳକ ଛାନିଆ, ୫ ଗାଡ଼ିରୁ ୭୬ ହଜାର ଫାଇନ୍‌ ଆଦାୟ

ଅମାନିଆ ଅଟୋ ଚାଳକଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡିଛି ପୁରୀ ଜିଲ୍ଲା ପ୍ରଶାସନ । ଡକୁମେଣ୍ଟ ଚେକିଂ ନାଁରେ ଶତାଧିକ ଅଟୋକୁ ପୁରୀ ପୁଲିସ୍ ଯାଞ୍ଚ କରିଥିବା ବେଳେ ୫ଟି ଅଟୋକୁ ସିଜ୍‌ କରିଛି।

author-image
Niharika Rout
ଅଦ୍ୟତନ ହୋଇଛି
Raid In Puri

Raid In Puri

ଅମାନିଆ ଅଟୋ ଚାଳକଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡିଛି ପୁରୀ ଜିଲ୍ଲା ପ୍ରଶାସନ । ଡକୁମେଣ୍ଟ ଚେକିଂ ନାଁରେ ଶତାଧିକ ଅଟୋକୁ ପୁରୀ ପୁଲିସ୍ ଯାଞ୍ଚ କରିଥିବା ବେଳେ ୫ଟି ଅଟୋକୁ ସିଜ୍‌ କରିଛି। ଏଥିସହ ଚାଳକଙ୍କଠାରୁ ୭୬ ହଜାର ଟଙ୍କା ଫାଇନ୍‌ ଆଦାୟ କରିଛି ।

Advertisment

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସନ୍ଧ୍ୟାରେ ପୁରୀ ସହରର ସି ବିଚ୍ ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିଲା। ଆରଟିଓ ଏବଂ ପୁଲିସ ବିଭାଗ ପକ୍ଷରୁ ଅଟୋଗୁଡ଼ିକ ଉପରେ ମିଳିତ ଚଢାଉ କରାଯାଇଥିଲା ।

ସବୁବେଳେ ନିଜ ପାଖରେ ଅପଡେଟେଡ ଲାଇସେନ୍ସ ରଖିବା ସହ ପାର୍କିଂ ନିୟମକୁ କଡ଼ାକଡ଼ି କରିବା, ଅଟୋ ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ନ କରିବା, ଯାତ୍ରୀଙ୍କଠାରୁ ନିର୍ଦ୍ଧାରିତ ଦୂରତା ପାଇଁ ନିର୍ଦ୍ଧରିତ ଭଡ଼ା ନେବା, ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଆଦି ନିୟମକୁ କଡ଼ା କଡ଼ି ଭlବେ ପାଳନ କରିବାକୁ ଅଧିକାରୀ ତାଗିଦ୍ କରିଥିଲେ l ଏଥିସହ ନିୟମରେ ଖିଲାପ କରିଥିବା ଅଭିଯୋଗରେ ୫ ଅଟୋ ଚାଳକଙ୍କଠାରୁ ୭୬ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିଲା।

Advertisment

ଆଗକୁ ଗାଡ଼ି କାଗଜ ପତ୍ର ଅପଡେଟ ନ ରଖିଲେ ତଥା ଟ୍ରାଫିକ ନିୟମ ନ ମାନିଲେ ଅମାନିଆ ଅଟୋ ଚାଳକଙ୍କ ବିରୋଧରେ ଆରଟିଓ ଓ ପୁଲିସ୍ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ତାଗିଦ କରିଛି l

Puri Raid