Advertisment

ଚିକିତ୍ସା ନାଁରେ ତାନ୍ତ୍ରିକର କାରନାମା; ଯୁବତୀଙ୍କ ମୁଣ୍ଡରୁ ବାହାରିଲା ୭୭ ଛୁଞ୍ଚି

୪ବର୍ଷ ହେବ ଝିଅଟି ଯନ୍ତ୍ରଣାର ଛଟପଟ ହେଉ଼ଥିଲା।

ଅଦ୍ୟତନ ହୋଇଛି
Reshma behera

Reshma behera

Advertisment

ଚିକିତ୍ସା ବିଜ୍ଞାନ ଉପରେ ପାଇଲାନି ଭରସା। ଶେଷରେ ଅସୁସ୍ଥ ଝିଅର ଚିକିତ୍ସା ଲାଗି ଅନ୍ଧ ବିଶ୍ୱାସର ସାହାରା ନେଇଥିଲେ ପରିବାର ଲୋକେ। ଝିଅକୁ ତାନ୍ତ୍ରିକ ପାଖକୁ ନେବା ସହ ଝଡ଼ାଫୁଙ୍କା କରିଥିଲେ। ଅସୁସ୍ଥ ଝିଅକୁ ଭଲ କରିବା ପାଇଁ ତାନ୍ତ୍ରିକ ଝିଅ ମୁଣ୍ଡରେ ଗୁଡାଏ ଛୁଞ୍ଚି ଫୋଡ଼ି ଦେଇଥିଲା। ଝିଅଟିର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଡାକ୍ତରଙ୍କ ପାଖରୁ ନେଇଥିଲେ। ଡାକ୍ତରମାନେ ଅସ୍ତ୍ରୋପଚାର କରି ଯୁବତୀଙ୍କ ମୁଣ୍ଡରୁ ୭୭ଟି ଛୁଞ୍ଚି ବାହାର କରିଛନ୍ତି। ବୁର୍ଲା ଭୀମସାରେ ଏହି ଅସ୍ତ୍ରୋପଚାର କରାଯାଇଛି।   ଯୁବତୀ ଜଣଙ୍କ ହେଲେ  ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ରେଶମା ବେହେରା।

Advertisment

୪ବର୍ଷ ତଳେ ସିନ୍ଧେକେଲା ଥାନା ଅନ୍ତର୍ଗତ ଇଂଚ ଗାଁର ରହୁଥିବା ବିଷ୍ଣୁ ବେହେରାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ମା’ର ମୃତ୍ୟୁ ପରେ ବିଷ୍ଣୁଙ୍କ ଝିଅ ରେଶମା ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକଙ୍କ ସହ ଅସ୍ୱାଭାବିକ ଆଚରଣ କରୁଥିଲେ। ବାପା ଝିଅର ରୋଗ ଭଲ କରିବା ପାଇଁ ବିଭିନ୍ନ ହସପିଟାଲକୁ ନେଇ ଦେଖାଇଥିଲେ। ହେଲେ ଝିଅର ଦେହ ଭଲ ହୋଇନଥିଲା। ପରେ ବିଷ୍ଣୁ ଝିଅକୁ କଣ୍ଟାବାଞ୍ଜି ଥାନା ଜାମୁଟଝୁଲା ଗାଁରେ ରହୁଥିବା ତାନ୍ତ୍ରିକ ତେଜରାତ ରଣାଙ୍କ ପାଖକୁ ନେଇଥିଲେ। ଝିଅକୁ ଭଲ କରିଦେବ ବୋଲି ତାନ୍ତ୍ରିକ ବିଷ୍ଣୁଙ୍କୁ କହିଥିଲା। ପରେ ତାନ୍ତ୍ରିକ ରେଶମଙ୍କୁ ଝଡ଼ାଫୁଙ୍କା କରିବା ପାଇଁ ଏକ ରୁମ୍ ଭିତରକୁ ନେଇ ଯାଇଥିଲା। ସେଠାରେ ତାନ୍ତ୍ରିକ ଓ ତାଙ୍କ ସ୍ତ୍ରୀ ଝିଅଟିକୁ ଅଚେତ କରି ତା’ ମୁଣ୍ଡରେ ଗୁଡାଏ ଛୁଞ୍ଚି ଫୋଡି ଦେଇଥିଲା। ଝିଅ ମୁଣ୍ଡରେ ତାନ୍ତ୍ରିକ ଛୁଞ୍ଚି ଫୋଡ଼ିଥିବା ପରିବାର ଲୋକେ ଜାଣିନଥିଲେ।

୪ବର୍ଷ ହେବ ରେଶମ ଯନ୍ତ୍ରଣାର ଛଟପଟ ହେଉ଼ଥିଲେ। ବିଷ୍ଣୁ ଅସୁସ୍ଥ ଝିଅର ରୋଗ ଭଲ କରିବା ପାଇଁ ଝଡ଼ାଫୁଙ୍କା ପାଇଁ ତାନ୍ତ୍ରିକ ପାଖକୁ ନେଉଥିଲେ। ହେଲେ ଝିଅର ଯନ୍ତ୍ରଣା କମ ହେଉନଥିଲା।। କିଛି ଦିନ ତଳେ ଝିଅର ଦେହ ଅଧିକ ଗୁରୁତର ହେବା ସହ ମୁଣ୍ଡରୁ ଆପେ ଆପେ ଏକ ଛୁଞ୍ଚି ବାହାରିଥିଲା। ଯାହାକୁ ଦେଖି ଘର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ରେଶମକୁ ନେଇ କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରିଥିଲେ।

Advertisment

ପରେ ରେଶମକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ସିଟି ସ୍କାନରୁ ଯୁବତୀଙ୍କ ମୁଣ୍ଡ ଭିତରେ ଏକାଧିକ ଛୁଞ୍ଚି ରହିଥିବା ଜଣାପଡିଥିଲା। ଏହାପରେ ଗୁରୁବାର ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଥିଲା। ପରେ ସେଠାରେ ଗତକାଲି ୧୦ ଜଣିଆ ଡାକ୍ତରୀ ଟିମ୍ ଅସ୍ତ୍ରୋପଚାର କରିଥିଲେ। ଗତକାଲି ଝିଅଟି ମୁଣ୍ଡ ଭିତରୁ ୭୦ଟି ଛୁଞ୍ଚି ବାହାର କରିଥିଲେ ଡାକ୍ତର। ଆଜି ସକାଳେ ପୁଣି ଝିଅଟି ମୁଣ୍ଡରୁ ୭ଟି ଛୁଞ୍ଚି ବାହାରିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ତାନ୍ତ୍ରିକ ତେଜରାତ ରଣାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe