Advertisment

ସମସ୍ତେ ଭାବୁଥିଲେ ଦୁର୍ଘଟଣା, କିନ୍ତୁ ସିସିଟିଭି କହିଲା ହତ୍ୟା

ବେଙ୍ଗାଲୁରୁରେ ଘଟିଥିବା ଏହି ଘଟଣା ସମ୍ପର୍କରେ କେହି ବି ଜାଣି ନଥିଲେ। ସମସ୍ତ ଭାବୁଥିଲେ କୌଣସି ଗାଡ଼ି ବୃଦ୍ଧ କ୍ରିଷ୍ଣାପ୍ପାଙ୍କୁ ପିଟି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି।

CCTV

CCTV

Advertisment

ଯେତେବେଳେ ୭୭ ବର୍ଷୀୟ ଭିଭି କ୍ରିଷ୍ଣାପ୍ପା ତାଙ୍କ ଗାଡ଼ିକୁ ଧକ୍କା ଦେଇଥିବା ଜଣେ ବ୍ୟକ୍ତିଙ୍କୁ ପାଟି କରିଥିଲେ ସେତେବେଳେ ସେ ଜାଣି ନଥିଲେ ଯେ ଏତେ ବଡ଼ ଘଟଣା ଘଟିବ। ସେ ପାଟି କରୁଥିବା ବ୍ୟକ୍ତି ଜଣକ ବାସ୍ତବରେ ଥିଲା ଜଣେ ବାଇକ ଚୋର। କ୍ରିଷ୍ଣାପ୍ପା ତାକୁ ପାଟି କରିବାରୁ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ଚୋର ଜଣକ କ୍ରିଷ୍ଣାପ୍ପାଙ୍କ ମୁଣ୍ଡକୁ ଗୋଟିଏ ପଥରରେ ଛେଚି ଦେଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ବେଙ୍ଗାଲୁରୁରେ ଘଟିଥିବା ଏହି ଘଟଣା ସମ୍ପର୍କରେ କେହି ବି ଜାଣି ନଥିଲେ। ସମସ୍ତ ଭାବୁଥିଲେ କୌଣସି ଗାଡ଼ି ବୃଦ୍ଧ କ୍ରିଷ୍ଣାପ୍ପାଙ୍କୁ ପିଟି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ଏହାକୁ ହିଟ ଆଣ୍ଡ ରନର ରୂପ ଦେଇ ମାମଲା ବନ୍ଦ କରିଦେବାକୁ ବସିଥିଲା। କିନ୍ତୁ କ୍ରିଷ୍ଣାପ୍ପାଙ୍କ ପୁଅ ସିସିଟିଭି ଯାଞ୍ଚ କରିବାରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। କ୍ରିଷ୍ଣାପ୍ପାଙ୍କୁ ସେଦିନ ବାଇକ ଚୋର ହିଁ ପଥର ଛେଚି ହତ୍ୟା କରିଥିବା ସ୍ପଷ୍ଟ ହୋଇଛି।

କ୍ରିଷ୍ଣାପ୍ପା ଦୁର୍ଘଟଣାରେ ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ନଭେମ୍ବର ୧୬ରେ କ୍ରିଷ୍ଣାପ୍ପା ଉତ୍ତରପଶ୍ଚିମ ବେଙ୍ଗାଲୁରୁର ପ୍ଲେସ ଗୁଟ୍ଟାହାଲ୍ଲି ଅଞ୍ଚଳରେ ଥିବା ଘରୁ ମେଡିସିନ ପାଇଁ ବାହାରିଥିଲେ। ଘର ପାଖ ଦୋକାନରୁ ମେଡିସିନ କିଣିବା ପରେ ପାର୍କିଂ ସ୍ଥାନରେ ପହଞ୍ଚିଥିଲେ। ଏହି ସମୟରେ ସେ ଦେଖିବାକୁ ପାଇଥିଲେ ଯେ ଜଣେ ବ୍ୟକ୍ତି ବାଇକରେ ବସି ତାଙ୍କ ଦୁଇ ଚକିଆ ଗାଡ଼ିକୁ ଧକ୍କା ଦେଇ ଚାଲି ଯିବାକୁ ଚେଷ୍ଟା କରୁଛି।

Advertisment

କ୍ରିଷ୍ଣାପ୍ପା ତୁରନ୍ତ ବାଇକରେ ବସିଥିବା ସର୍ଫରାଜ ଖାନ ପାଖକୁ ଯାଇଥିଲେ ଓ ତାକୁ ଭଲ ଭାବେ ଗାଡ଼ି ଚଳାଇବାକୁ କହିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ସର୍ଫରାଜ ଗୋଟିଏ ପଥରରେ କ୍ରିଷ୍ଣାପ୍ପାଙ୍କ ମୁଣ୍ଡକୁ ପଟି ଦେଇଥିଲା। ସେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ସର୍ଫରାଜ ସେଠାରୁ ଫେରାର ହୋଇଯାଇଥିଲା।

କ୍ରିଷ୍ଣାପ୍ପା ତଳେ ପଡ଼ି ରହିଥିବା ବେଳେ କିଛି ଲୋକ ତାଙ୍କୁ ଦେଖିଥିଲେ ଓ କୌଣସି ଗାଡ଼ି ତାଙ୍କୁ ପଟି ଦେଇଥିବା ଭାବିଥିଲେ। କାରଣ ସର୍ଫରାଜର ଗାଡ଼ି ଧ୍କକାରେ ତାଙ୍କ ବାଇକ ମଧ୍ୟ ତଳେ ପଡ଼ି ଯାଇଥିଲା। ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ହିଟ ଆଣ୍ଡ ରନ ମାମଲା ରୁଜୁ କରି କ୍ରିଷ୍ଣାପ୍ପାଙ୍କ ପୁଅ ସତୀଶଙ୍କୁ ଖବର ଦେଇଥିଲା। ତେବେ ସତୀଶ ଦୁର୍ଘଟଣା ଥିଓରୀକୁ ଗ୍ରହଣ କରି ନଥିଲେ। ବାପାଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଥିବା ସତୀଶ ପରଦିନ ମେଡିସିନ ଦୋକାନକୁ ଯାଇ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲେ। ଏହି ସମୟରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ସତୀଶ ପୁଲିସରେ ଅଭିଯୋଗ କରିବା ପରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଏହାପରେ ପୁଲିସ୍‌ ସର୍ଫରାଜଙ୍କୁ ଗିରଫ କରିଛି।

ସର୍ଫରାଜ ଖାନ ସ୍ଥାନୀୟ ଅଞ୍ଚଳର ଗୋଟିଏ ବାଇକ ଚୋର। ଘଟଣା ଦିନ ସେ ପାର୍କିଂ ହୋଇଥିବା ଗୋଟିଏ ବାଇକୁ ଚୋରି କରି ତରବରିଆ ଭାବେ ଯାଉଥିବା ବେଳେ କ୍ରିଷ୍ଣାପ୍ପାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଏହାକୁ ନେଇ ପାଟିତୁଣ୍ଡ ହେବାରୁ ସର୍ଫରାଜ ଗୋଟିଏ ପଥରରେ କ୍ରିଷ୍ଣାପ୍ପାଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ବୋଲି ପୁଲିସ୍‌ କହିଛି। 

Murder Accident Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe