Advertisment

୫୮ ବର୍ଷ ତଳେ ଚୋରି କରିଥିଲେ ବାଛୁରୀ-ମଇଁଷି, ଏବେ ବାନ୍ଧିଲା ପୁଲିସ

ପୁଲିସ ଜଣେ ୭ ୮ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ସେ ୨୦ ବର୍ଷ ବୟସରେ କରିଥିବା ଅପରାଧ ଆଧାରରେ ଗିରଫ କରିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ସୀମାବର୍ତ୍ତୀ ବିଦର ଜିଲ୍ଲାରେ ଘଟିଛି ଏକ କୌତୁହଳପୂର୍ଣ୍ଣ ଘଟଣା। ଏଠାରେ ପୁଲିସ ଜଣେ ୭ ୮ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ସେ ୨୦ ବର୍ଷ ବୟସରେ କରିଥିବା ଅପରାଧ ଆଧାରରେ ଗିରଫ କରିଛି। ୧୯୬୫ ମସିହାରେ ବୃଦ୍ଧଙ୍କ ନାମରେ ହୋଇଥିବା ଚୋରି ଅଭିଯୋଗର ଖୋଳତାଡ଼ କରି ୨୦୨୩ ମସିହାରେ ପୁଲିସ ତାଙ୍କୁ ଗିରଫ କରିଛି। 

Advertisment

ସବୁଠୁ ବଡ଼ କଥା ହେଉଛି କି, ସୁନାରୁପା କି ଟଙ୍କାପଇସା ଚୋରି ନୁହଁ, ଦୁଇଟି ମଇଁଷି ଏବଂ ଗୋଟିଏ ବାଛୁରୀକୁ ଚୋରି କରିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ପୁଲିସ କହିବା ଅନୁସାରେ, ମହାରାଷ୍ଟ୍ରର ଲାତୁର ଜିଲ୍ଲାର ଟକାଲଗାଁ ଗ୍ରାମର ଗଣପତି ଭିଥାଲ ୨୫ ଏପ୍ରିଲ ୧୯୬୫ରେ ଏହି ଚୋରି କରିଥିଲେ। ତାଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ମଧ୍ୟ ଥିଲେ। 

ଏମାନେ ବିଦର ଜିଲ୍ଲାର ଭାଲକି ତାଲୁକରେ ଅବସ୍ଥିତ ମେହେକର ଗ୍ରାମର ଜଣେ ବ୍ୟକ୍ତିଙ୍କ ଗୁହାଳରୁ ଦୁଇଟି ମଇଁଷି ଏବଂ ଗୋଟିଏ ବାଛୁରୀ ଚୋରି କରିଥିଲେ। ପରେ ଏନେଇ ଅଭିଯୋଗ ହେବା ପରେ ପୁଲିସ ଖୋଜାଖୋଜି କରିଥିଲା। ମହାରାଷ୍ଟ୍ରର ଲାତୁର ଜିଲ୍ଲାର କୁର୍କି ଗ୍ରାମରୁ ମଇଁଷି ଓ ବାଛୁରୀ ମିଳିବା ପରେ ପୁଲିସ ସେମାନଙ୍କ ମାଲିକ ମୁରଲିଧର ମାଣିକରାଓ କୁଲକର୍ଣ୍ଣିଙ୍କୁ ହସ୍ତାନ୍ତର କରିଥିଲେ। 

Advertisment

ମଇଁଷି ଓ ବାଛୁରୀ ମିଳିବା ପୂର୍ବରୁ ଭିଥାଲ ଏବଂ କୃଷ୍ଣଚନ୍ଦ୍ରଙ୍କୁ ଗିରଫ କରିଥିଲା ପୁଲିସ। ଏନେଇ ଅଦାଲତାରେ ବିଚାର ହେବା ପରେ ଭିଥାଲ ଓ କୃଷ୍ଣଚନ୍ଦ୍ରଙ୍କୁ ଜାମିନ୍ ମିଳିଥିଲା। କିନ୍ତୁ ଭିଥାଲ ଫେରାର୍ ହୋଇ ଯାଇଥିଲେ। ତାଙ୍କ ବିରୋଧରେ କୋର୍ଟ ଏକ ଓପନ୍ ୱାରେଣ୍ଟ୍ ଜାରି କରିଥିଲେ। ସେବେଠାରୁ ପୁଲିସ ତାଙ୍କୁ ଖୋଜୁଥିଲା। ଶେଷରେ ୫୮ ବର୍ଷ ପରେ ପୁଲିସ ତାଙ୍କୁ ଗିରଫ କରିଛି।

ଅନ୍ୟପଟେ କୃଷ୍ଣଚନ୍ଦ୍ରଙ୍କୁ କୋର୍ଟରୁ ବେଲ୍ ମିଳିବା ସହ ୨୦୦୬ରେ ତାଙ୍କର ମୃତ୍ୟୁ ହୋଇ ସାରିଲାଣି। ଘଟଣା ସମୟରେ କୃଷ୍ଣଚନ୍ଦ୍ରଙ୍କୁ ୩୦ ବର୍ଷ ହୋଇଥିଲା। ମାଲିକ ମାଣିକରାଓ ମଧ୍ୟ ଆରପାରିକୁ ଚାଲିଗଲେଣି। ଏସବୁ ଆଧାରରେ ତାଙ୍କୁ ଜାମିନ୍ ମିଳିପାରେ। କିନ୍ତୁ ଭିଥାଲ ଦୀର୍ଘଦିନ ଧରି ପୁଲିସ ସହ ଲୁଚକାଳି ଖେଳୁଥିଲେ। ବର୍ତ୍ତମାନ ପୁଲିସ ତାଙ୍କ ଉପରେ କଡ଼ା ନଜର ରଖିବ ବୋଲି କହିଛନ୍ତି ବିଦର ଏସପି। ଏଥିସହ ବିଦର ଏସପି କହିଛନ୍ତି ଯେ, ସେମାନେ ପରିଚାଳନା କରୁଥିବା ମାମଲା ମଧ୍ୟରୁ ଏହା ସବୁଠୁ ପୁରୁଣା ମାମଲା।  

Theft News Old Man Arrest After 58 Years Buffalo Theft Case