Advertisment

ଯୁବକଙ୍କ ଉପରକୁ ଫାୟାରିଂ ଘଟଣା; କଥା କଟାକଟିରୁ ଗୁଳିମାଡ଼, ୮ ଅଟକ

ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଶୋଭାରାମପୁରରେ ଗତକାଲି ଯୁବକଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ତନାଘନା ଆରମ୍ଭ କରିଛି ପୁଲିସ୍‌।

Firing

Firing

Advertisment

ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଶୋଭାରାମପୁରରେ ଗତକାଲି ଯୁବକଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ତନାଘନା ଆରମ୍ଭ କରିଛି ପୁଲିସ୍‌। ଏହି ଘଟଣାରେ ପୁଲିସ୍ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତରୁ କଥା କଟାକଟିରୁ ଏହି ଗୁଳି କାଣ୍ଡ ହୋଇଥିବା ଜଣାଯାଇଛି।

Advertisment

ଗତକାଲି ଶୋଭାରମପୁରର ଅନ୍ଧାରୀ ମଙ୍ଗଳା ଠାକୁରାଣୀ ଗଳିରେ ବିନୟ କୁମାର ନାମକ ଯୁବକଙ୍କ ଉପରକୁ ଅତିର୍କିତ ଗୁଳି ମାଡ଼ ହୋଇଥିଲା। ଗୁଳି ବିନୟଙ୍କ ବାମ ହାତରେ ବାଜିଥିବା ବେଳେ ତାଙ୍କୁ ବାଲେଶ୍ଵର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସହଦେବ ଖୁଣ୍ଟା ପୁଲିସ ଘଟଣାର ତନାଘନା ଆରମ୍ଭ କରି ପୂର୍ବ ଶତ୍ରୁତା ଓ ଦାଦବଟିରୁ ଗୁଳିକାଣ୍ଡ ଘଟିଥିବା ଜାଣିବାକୁ ପାଇଛି। ପୁଲିସ୍‌ ସୂଚନା ଅନୁଯାୟୀ, ଗୁଳି ମାଡ଼ର ଶିକାର ହୋଇଥିବା ବିନୟ କୁମାର ଓ ଗୁଳି ମାଡ଼ରେ ସମ୍ପୃକ୍ତ ଥିବା ୮ ଜଣ ସମସ୍ତେ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ। ସମସ୍ତଙ୍କ ନାଁରେ ପୂର୍ବରୁ ଥାନାରେ ମାମଲା ରୁଜୁ ହୋଇଛି।

Advertisment

ଗତକାଲି ଉଭୟ ପକ୍ଷ ମଧ୍ୟରେ କୌଣସି କାରଣରୁ କଥା କଟାକଟି ହୋଇଥିଲା। ଏହାପରେ ଅଟକ ଥିବା ଅସାମାଜିକ ଯୁବକମାନେ ସଙ୍ଗେସଙ୍ଗେ ବିନୟ କୁମାରଙ୍କ ଉପରକୁ ଗୁଳି ମାଡ଼ କରିଥିଲେ।

ଆଗକୁ ଗଣେଶ ପୂଜା, ଦୁର୍ଗା ପୂଜା ଆସୁଥିବା ବେଳେ ଏବେଠୁ ବନ୍ଧୁକ ଫୁଟିବାରୁ ତାହା ପୁଲିସ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Balasore Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe