Advertisment

ହତ୍ୟା ମାମଲାରେ ୮ ଦୋଷୀଙ୍କୁ ଆଜୀବନ ଜେଲ୍‌

ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ଗଞ୍ଜାମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍-୧ ମାମଲାକୁ ବିଚାର କରି ୧୯ ଜଣ ସାକ୍ଷୀଙ୍କ ବୟାନ୍‌ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ୮ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ଜରିମାନା କରିଛନ୍ତି।

Ganjam

Ganjam

Advertisment

୮ ହତ୍ୟା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ ଗଞ୍ଜାମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍-୧। ପୂର୍ବ ଶତ୍ରୁତାରୁ ୨୦୧୭ ମସିହାରେ ଘଟିଥିଲା ହତ୍ୟାକାଣ୍ଡ।

Advertisment

୨୦୧୭ ମସିହା ସେପ୍ଟେମ୍ୱର ୧୮ ତାରିଖରେ ସଦର ଥାନା ଆମ୍ବଗଡ ଗାଁର ଏମ୍‌. ବୁଡୁ ପାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଏମ୍‌.ବୁଡୁ ପାତ୍ରଙ୍କୁ ଖଣ୍ଡା, କାତି ଓ ଠେଙ୍ଗାରେ ଆକ୍ରମଣ ହୋଇଥିଲା। ତାଙ୍କୁ ତାଙ୍କ ଭାଇ ଏମ୍‌. ଲଡୁ ପାତ୍ର ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ।

ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଆର୍. ହରି ପାତ୍ର, ଆର. ଲୋକନାଥ ପାତ୍ର, ଏମ.ଦଣ୍ଡ ପାତ୍ର, କେ.ଭୀମ ପାତ୍ର, କେ. ବଇରୀ ପାତ୍ର, ଏନ. ସୋମେଶ ପାତ୍ର, ବି. ନଇ ପାତ୍ର ଓ ଆର୍ ଭାସ୍କର ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Advertisment

ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ଗଞ୍ଜାମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍-୧ ମାମଲାକୁ ବିଚାର କରି ୧୯ ଜଣ ସାକ୍ଷୀଙ୍କ ବୟାନ୍‌ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ୮ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ଜରିମାନା କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଏଡିଜି-୧ର ଏପିପି ଜ୍ଞାନ ରଞ୍ଜନ ଜେନା।

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

Ganjam Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe