Advertisment

ଆଇଇଡି ବିସ୍ଫୋରଣ ଉଦ୍ୟମ ପଣ୍ଡ, ୮ ଆତଙ୍କବାଦୀ ଧରାପଡ଼ିଲେ

୮ ଆତଙ୍କୀଙ୍କ ଗିରଫଦାରୀ ସହ ଏନଆଇଏ ଗୋଟିଏ ବଡ଼ ଅଘଟଣକୁ ଟାଳି ଦେଇଛି।

author-image
Hemant Lenka
NIA

NIA

କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ ସହ ଲିଙ୍କ ରଖିଥିବା ୮ ଜଣଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। କର୍ଣ୍ଣାଟକାର ବଲ୍ଲାରିରୁ ଏମାନଙ୍କୁ ଗିରଫ କରିଛନ୍ତି। ୮ ଆତଙ୍କୀଙ୍କ ଗିରଫଦାରୀ ସହ ଏନଆଇଏ ଗୋଟିଏ ବଡ଼ ଅଘଟଣକୁ ଟାଳି ଦେଇଛି।

Advertisment

କାରଣ ଏମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆଇଇଡି ବିସ୍ଫୋରଣ ପାଇଁ ଯୋଜନା କରିଥିଲେ। ଏପରି ଗିରଫଦାରୀ ପୂର୍ବରୁ ଏନଆଇଏ ୪ ଟି ରାଜ୍ୟର ଏକାଧିକ ସ୍ଥାନରେ ରେଡ୍‌ କରିଥିଲେ।

ରେଡ ବେଳେ ବିସ୍ଫୋରକ ସାମଗ୍ରୀ ଯଥା ସଲଫର, ପୋଟାସିୟମ ନାଇଟ୍ରେଟ ଓ ଗନ ପାଉଡର ମିଳିଥିଲା। ଏହାବାଦ ଅନେକ ଅସ୍ତ୍ରଶସ୍ତ୍ର ଓ କିଛି ଦସ୍ତାବିଜ ଜବତ କରାଯାଇଥିଲା। ଦସ୍ତାବିଜରେ ବିସ୍ଫୋରଣ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିଥିଲା। ଏନଆଇଏ ଏକାଧିକ ଡାଗର୍ସ, ନଗଦ ଟଙ୍କା ଓ ଡିଜିଟିଲା ଡିଭାଇସ ମଧ୍ୟ ଅଭିଯୁକ୍ତମାନଙ୍କ ଠିକଣାରୁ ହାସଲ କରିବାକୁ ସକ୍ଷମ ହୋଇଛି।

Advertisment

ବିଲ୍ଲାରିରେ ଚାଲିଥିବା ନେଟୱର୍କର ମୁଖ୍ୟ ହେଉଛି ମିନାଜ ଓରଫ ମହମ୍ମଦ ସୁଲେମାନ। ତାକୁ ଏନଆଇଏ ଗିରଫ କରିବାକୁ ସକ୍ଷମ ହୋଇଛି। ଏନଆଇଏକୁ ଏହି ଅପରେସନରେ ରାଜ୍ୟ ପୁଲିସ୍‌ ସବୁ ପ୍ରକାରର ସହାୟତା କରିଥିଲା। କର୍ଣ୍ଣାଟକାର ବଲ୍ଲାରି, ବେଙ୍ଗାଲୁରୁ, ପୁଣେ, ମହାରାଷ୍ଟ୍ରର ମୁମ୍ବାଇ, ଦିଲ୍ଲୀ ଓ ଝାରଖଣ୍ଡର ବୋକାରୋରେ ଏକକାଳୀନ ରେଡ କରି ଏପରି ଗିଫଦାରୀ ହୋଇଛି।

ଏହି ଆତଙ୍କବାଦୀମାନେ ଆଇଏମ ଆପ ଜରିଆରେ ପରସ୍ପରର ଲିଙ୍କରେ ରହିଥିଲେ। ସେମାନେ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଆଇଇଡି ବସ୍ଫୋରଣ କରିବାକୁ ଯୋଜନା କରିଥିଲେ। ସେମାନେ କଲେଜ ଶିକ୍ଷାର୍ଥୀଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରି ନିଜ ସଂଗଠନରେ ସାମିଲ କରିବାକୁ ମଧ୍ୟ ଚେଷ୍ଟା କରୁଥିଲେ ବୋଲି ଏନଆଇଏ କହିଛି।

ଗତ ସପ୍ତାହରେ ଏନଆଇଏ ପକ୍ଷରୁ ଆଇଏସର ବିଲ୍ଲାରି ନେଟୱର୍କ ବିରୋଧରେ ମାମଲା କରିଥିଲା। ମାମଲା ରୁଜୁ କରିବା ପର ଠାରୁ ଏନଆଇଏ ରାଜ୍ୟ ପୁଲିସ୍‌ ଓ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ସହାୟତାରେ ଆତଙ୍କବାଦୀମାନଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଥିଲା। ଏବେ ସୁରକ୍ଷା ଏଜେନ୍ସିକୁ ସଫଳତା ମିଳିଛି।

Karnataka ISIS