Advertisment

ପୁଲିସ ଘରୁ ଲୁଟିନେଲେ ୮ଲକ୍ଷ ଟଙ୍କାର ସମ୍ପତ୍ତି

କାମାକ୍ଷାନଗର ଅବକାରୀ ଥାନା ଅଧିକାରୀ ସଂଜୀବ କୁମାର ଶର୍ମା ଜିରିଡାମାଳି ଶାନ୍ତିନଗରରେ ଘର ଭଡା ନେଇ ରହୁଥିଲେ। ତାଙ୍କ ଝିଅ କୋଲକାତାରେ ପଢ଼ୁଥିବାରୁ ତାଙ୍କୁ ଆଣିବା ପାଇଁ ଗତ ୩ ତାରିଖରେ ପରିବାର ଲୋକେ ଯାଇଥିଲେ।

Kamakhyanagar

Kamakhyanagar

Advertisment

କାହାକୁ ଛାଡ଼ିଲେ ନାହିଁ। ଶେଷରେ ପୁଲିସ୍‌ ବାବୁଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା। ୮ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟିନେଲେ। ଏପରି ଅଭିଯୋଗ ଢେଙ୍କାନାଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

କାମାକ୍ଷାନଗର ଅବକାରୀ ଥାନା ଅଧିକାରୀ ସଂଜୀବ କୁମାର ଶର୍ମା ଜିରିଡାମାଳି ଶାନ୍ତିନଗରରେ ଘର ଭଡା ନେଇ ରହୁଥିଲେ। ତାଙ୍କ ଝିଅ କୋଲକାତାରେ ପଢ଼ୁଥିବାରୁ ତାଙ୍କୁ ଆଣିବା ପାଇଁ ଗତ ୩ ତାରିଖରେ ପରିବାର ଲୋକେ ଯାଇଥିଲେ। ଭଡ଼ା ଘରେ କେହି ନଥିଲେ। ଏହାର ସୁଯୋଗନେଇ ଦୁର୍ବୃତ୍ତମାନେ ଘରେ କଳାକନା ବୁଲାଇ ଦେଇଥିଲେ। ଦୁର୍ବୃତ୍ତମାନେ ଝିଅର ପାଠ ପଢ଼ା ପାଇଁ ଥିବା ନଗଦ ୩ ଲକ୍ଷ ଟଙ୍କା ଓ ୮ ଭରିରୁ ଅଧିକ ସୁନା ଅଳଙ୍କାର ଲୁଟି ନେଇଛନ୍ତି।

ଆଜି ପଡ଼ୋଶୀଙ୍କଠାରୁ ଖବର ପାଇ ଶ୍ରୀ ଶର୍ମା ଟେଲିଫୋନ୍‌ରେ କାମାକ୍ଷାନଗର ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଦୁର୍ବୃତ୍ତଙ୍କ ପତ୍ତା ପାଇନି।

Advertisment

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Loot Crime Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe