ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଘୋଡାପଙ୍କା ଗାଁରେ ଡବଲ ମର୍ଡର ଘଟଣାରେ ପୁଲିସ ୮ଜଣଙ୍କୁ ଗିରଫ କରିଛି। ଗତକାଲି ପୁଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଓ ଛୁରୀ ଜବତ କରିଛି।
ସୋମବାର ଗୁଣି ଗାରେଡ଼ି ସନ୍ଦେହରେ କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକଙ୍କୁ ଗାଁର କିଛି ଯୁବକ ହତ୍ୟା କରିଥିଲେ। ପ୍ରଥମେ କପିଳେନ୍ଦ୍ରଙ୍କୁ ହତ୍ୟା କରିଥିଲେ। ପରେ ତାଙ୍କୁ ସ୍ତ୍ରୀ ଗାଁର ଯୁବକମାନେ ଗୋଡ଼େଇ ଗୋଡ଼େଇ ହାଣିଥିଲେ। ଘଟଣାସ୍ଥଳରେ ସସ୍ମିତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଏହି ଘଟଣାରେ ୧୬ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ ୮ ଜଣଙ୍କୁ ଗିରଫ କରିଛି।
Also Read
ସୂଚନାଯୋଗ୍ୟ, ଗତ ଫେବୃୟାରୀ ମାସରେ ମଧ୍ୟ କପିଳେନ୍ଦ୍ରଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଗୁଣିଗାରେଡି ସନ୍ଦେହରେ ତାଙ୍କ ଉପରକୁ ଗୁଣିମାଡ଼ ହୋଇଥିବା ଜଣାପଡ଼ିଥିଲା। କପିଳେନ୍ଦ୍ର ଗୁଣିଗାରେଡି କରନ୍ତି ବୋଲି ଗ୍ରାମବାସୀ ସନ୍ଦେହ କରୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଆୟଠାରୁ ୨୮୦% ଅଧିକ ସମ୍ପତ୍ତି ଠୁଳ କରି ବନ୍ଧା ହେଲେ ଖାଦ୍ୟ ଯୋଗାଣ ଅଧିକାରୀ
ସିଏସ୍ଓ ସୁରେଶ କୁମାର ପାଣିଗ୍ରାହୀଙ୍କ ସମସ୍ତ ସମ୍ପତ୍ତି ଠାବ କରି ତା’ର ହିସାବ କଲାପରେ ତାଙ୍କ ଆୟ ଓ ବ୍ୟୟର ହିସାବ କରାଯାଇଥିଲା ଏବଂ ସେ ତାଙ୍କ ଆୟଠାରୁ ୨୮୦% ସଂପତ୍ତି ଠୁଳ କରିଥିବା ଜଣାପଡ଼ିଛି।
Crime
କୋଟିପତି ଯୋଗାଣ ଅଧିକାରୀ ଗିରଫ
ବ୍ୟାଙ୍କରେ ସୁରେଶ କୁମାର ପାଣିଗ୍ରାହୀଙ୍କର କେବଳ ୧.୭୨ କୋଟି ଟଙ୍କାର ଜମା ରହିଛି।
Crime
ନାବାଳକ ଛାତ୍ର ସହ ସେକ୍ସ କରିଥିଲେ ଶିକ୍ଷୟିତ୍ରୀ, ମିଳିଲା ୩୦ ବର୍ଷ ଜେଲ୍
ଅଷ୍ଟମ ଶ୍ରେଣୀ ଛାତ୍ରକୁ ମଦ, ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଦେଇ ତା' ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ ଶିକ୍ଷୟିତ୍ରୀ। ଅଭିଯୋଗ ପରେ କରିଥିଲେ ଆତ୍ମସମର୍ପଣ।
Crime
ଡିଜିଟାଲ ଆରେଷ୍ଟର ଧମକ; ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟ୍
ଅହମ୍ମଦାବାଦର ଜଣେ ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା।
Crime
ମୋବାଇଲ ହେଲା କାଳ; ଝୁଲି ପଡ଼ିଲେ ଦମ୍ପତି
ଘର ବାହାରେ ୧୧ମାସର ଶିଶୁ କନ୍ୟାଟି କାନ୍ଦୁ ଥିବା ଶୁଣି ପାଖ ପଡ଼ୋଶୀ ଛୁଆ ପାଖକୁ ଧାଇଁ ଆସିଥିଲେ।