Advertisment

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା; ୮ ଜଣଙ୍କୁ ବାନ୍ଧିଲା ପୁଲିସ

ସୋମବାର ଗୁଣି ଗାରେଡ଼ି ସନ୍ଦେହରେ କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକଙ୍କୁ ଗାଁର କିଛି ଯୁବକ ହତ୍ୟା କରିଥିଲେ।

ଅଦ୍ୟତନ ହୋଇଛି
police arrested

police arrested

Advertisment

ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଘୋଡାପଙ୍କା ଗାଁରେ ଡବଲ ମର୍ଡର ଘଟଣାରେ ପୁଲିସ ୮ଜଣଙ୍କୁ ଗିରଫ କରିଛି। ଗତକାଲି ପୁଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଓ ଛୁରୀ ଜବତ କରିଛି।

Advertisment

ସୋମବାର ଗୁଣି ଗାରେଡ଼ି ସନ୍ଦେହରେ କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକଙ୍କୁ ଗାଁର କିଛି ଯୁବକ ହତ୍ୟା କରିଥିଲେ। ପ୍ରଥମେ କପିଳେନ୍ଦ୍ରଙ୍କୁ ହତ୍ୟା କରିଥିଲେ। ପରେ ତାଙ୍କୁ ସ୍ତ୍ରୀ ଗାଁର ଯୁବକମାନେ ଗୋଡ଼େଇ ଗୋଡ଼େଇ ହାଣିଥିଲେ। ଘଟଣାସ୍ଥଳରେ ସସ୍ମିତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଏହି ଘଟଣାରେ ୧୬ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ ୮ ଜଣଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଗତ ଫେବୃୟାରୀ ମାସରେ ମଧ୍ୟ କପିଳେନ୍ଦ୍ରଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଗୁଣିଗାରେଡି ସନ୍ଦେହରେ ତାଙ୍କ ଉପରକୁ ଗୁଣିମାଡ଼ ହୋଇଥିବା ଜଣାପଡ଼ିଥିଲା। କପିଳେନ୍ଦ୍ର ଗୁଣିଗାରେଡି କରନ୍ତି ବୋଲି ଗ୍ରାମବାସୀ ସନ୍ଦେହ କରୁଥିଲେ।

Advertisment
Odisha Police Gajpati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe