Advertisment

ଗୁଣିଗାରେଡି ସନ୍ଦେହ: ନାବାଳକକୁ ଟେକି ନେଇ ଆଙ୍ଗୁଳି କାଟି ଦେଲେ

ବୁଧବାର ସକାଳେ ଗାଁ ନିକଟ ପିଣ୍ଡିରୁ ପିଲାଟିର କଟା ଆଙ୍ଗୁଳି ଗ୍ରାମବାସୀ ପାଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Black Magic

Black Magic

ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ପିଲାଟିକୁ ଟେକିନେଇ ଆଙ୍ଗୁଳି କାଟିଦେଲେ ଦୁର୍ବୃତ୍ତ। ମୂର୍ମୂଷ ଅବସ୍ଥାରେ ଘର ପାଖ ନାଳ ନିକଟରୁ ପିଲାଟିକୁ ଉଦ୍ଧାର କଲେ ପରିବାର ଲୋକେ। ଗୁଣିଗାରେଡି ପାଇଁ ନାବାଳକର ଆଙ୍ଗୁଳି କାଟି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ ଥାନାରେ ଏତଲା ଦିଆଯାଇଛି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଲେଞ୍ଜିପୁଟ ଗାଁରେ ଏପରି ଘଟଣା ଘଟିଛି।

Advertisment

ଲେଞ୍ଜିପୁଟ ଗ୍ରାମର ପର୍ଶୁରାମ ହନ୍ତାଳଙ୍କ ୮ ବର୍ଷର ପୁଅ ଗତ ମଙ୍ଗଳବାର ସନ୍ଧ୍ୟା ସମୟରେ ଘର ନିକଟରେ ଖେଳୁଥିଲା। ସନ୍ଧ୍ୟା ପ୍ରାୟ ୬ ସମୟରେ ଘର ନିକଟରେ ଥିବା ନାଳ ନିକଟରେ ନାବାଳକଟି ପଡ଼ି ମାଆ ମାଆ ଡାକୁଥିବା ପରିବାର ଲୋକେ ପିଲାଟିର ଚିତ୍କାର ଶୁଣିଥିଲେ। ତୁରନ୍ତ ପିଲାଟିକୁ ଉଦ୍ଧାର କରି ଘରକୁ ଆଣିଥିଲେ। ପିଲାଟିର ବାମ ହାତର କାଣି ଆଙ୍ଗୁଠିର ଅଗ୍ରଭାଗ କଟା ଯାଇଥିବା ଦେଖିବାକୁ ପାଇଥିଲେ। ପରେ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅନ୍ୟପକ୍ଷରେ ପୁଅ ଏପରି କିଏ କଲା, ପରିବାର ଲୋକେ ସମସ୍ତଙ୍କୁ ପଚରାଉଚରା କରିଥିଲେ। ହେଲେ କେହି କିଛି ଜାଣିନଥିବା କହିଥିଲେ। ପରେ ଘର ପାଖରେ ବାଉଁଶ ବୁଦା ନିକଟରେ ଏକ ପଥର ଉପରେ ରକ୍ତ, ଫୁଲ ଓ ହଳଦି ଆଦି ପଡିଥିବା ଦେଖିବାକୁ ପାଇଥିଲେ।

ପରିବାର ଲୋକେ ଘଟଣା ସଂପର୍କରେ ନନ୍ଦପୁର ଥାନାରେ ଜଣାଇଥିଲେ। ବୁଧବାର ସକାଳେ ଗାଁ ନିକଟ ପିଣ୍ଡିରୁ ପିଲାଟିର କଟା ଆଙ୍ଗୁଳି ଗ୍ରାମବାସୀ ପାଇଥିଲେ। ଏନେଇ ପିଲାଟିର ବାପା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପିଲାଟିର ବୟାନ ରେକର୍ଡ କରିବା ସହ ଘଟଣାର ତଦନ୍ତ କରୁଛି।

Advertisment

ପିଲାଟିର ପରିବାର ଲୋକେ କହିଛନ୍ତି, ପୁଅ ତାର ସାଙ୍ଗମାନଙ୍କ ସହ ଖେଳୁଥିଲା। ଏହି ସମୟରେ ତାକୁ ୪ଜଣ ଆସି ବାଉଁଶ ବୁଦା ମୂଳକକୁ ଟେକି ନେଇଥିଲେ। ସେଠାରେ ତାର ଆଙ୍ଗୁଳି କାଟି ଦେଇଥିଲେ। ପୁଅ ଚିତ୍କାର କରିବାରୁ ସେମାନେ ସେଠାରୁ ଛାଡ଼ି ଚମ୍ପଟ ମାରିଥିଲେ ବୋଲି ପୁଅ ଆମ ପାଖରେ କହିଛି।  

Odisha Police Koraput