Advertisment

୪ ମାସରେ ବ୍ରାଉନସୁଗର ମାମଲାରେ ୮୦ ଗିରଫ

ମୋଟ ୨୦ଟି ବ୍ରାଉନସୁଗର ବିକ୍ରି ଜନିତ ମାମଲା ରୁଜୁ କରାଯାଇଛି

DCP Prathik Singh

DCP Prathik Singh

Advertisment

କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ କରାଯାଇଥିବା “ଅପରେସନ ହ୍ୱାଇଟ ସ୍ପାଇଡର’’ ମାଧ୍ୟମରେ ଚଳିତ ବର୍ଷ ଜାନୁଆରି ମାସରୁ ଏପ୍ରିଲ ୩୦ ତାରିଖ ସୁଦ୍ଧା ୪୬ଟି ବେଆଇନ ବ୍ରାଉନସୁଗର କାରବାର ଜନିତ ମାମଲାରେ ମୋଟ ୮୦ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Advertisment

ମୋଟ ୨୦ଟି ବ୍ରାଉନସୁଗର ବିକ୍ରି ଜନିତ ମାମଲା ରୁଜୁ କରାଯାଇଛି। ମୋଟ ୩୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନିକଟରୁ ୩୫୨ ଗ୍ରାମ ୮୪୦ ମିଲିଗ୍ରାମ ଓଜନର ବ୍ରାଉନସୁଗର, ୩ ଲକ୍ଷ ୫୦ ହଜାର ୧୬୫ ଟଙ୍କା, ୧୧ଟି ମୋବାଇଲ ଫୋନ, ୧୩ ଟି ଗାଡି ଜବତ କରାଯାଇପାରିଛି।

ସେହିପରି ଗତ ବର୍ଷ ମୋଟ ୨୫ଟି ବେଆଇନ ଗଞ୍ଜେଇ ବିକ୍ରି ମାମଲା ରୁଜୁ କରାଯାଇ ମୋଟ ୪୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ସମୁଦାୟ ୨୯୭ କିଲୋଗ୍ରାମ ୭୨୦ ଗ୍ରାମ ଓଜନର ଗଞ୍ଜେଇ, ୭୫, ୦୮୦ ଟଙ୍କା, ୧୨ଟି ମୋବାଇଲ ଫୋନ, ୦୯ଟି ଦୁଇ-ଚାରି ଚକିଆ ଯାନ, ସେହିପରି ୧୬୮ ଲିଟର ନକଲି କଫ ଶିରପ ଜବତ କରାଯାଇ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରିଛି।

Advertisment
Brown Sugar Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe