Loot
ସ୍କୁଟି ଡିକି ଭାଙ୍ଗି ଦୁର୍ବୃତ୍ତ ନେଇଗଲେ ୮୨ ହଜାର ଟଙ୍କା। କଟକ ଜିଲ୍ଲା ବାଙ୍କୀରେ ଘଟିଛି ଏହି ଘଟଣା।
ଲୁଟର ଶିକାର ହୋଇଥିବା ମହିଳାଙ୍କ ନାଁ ରଶ୍ମିତା ମହାନ୍ତି। ତାଙ୍କ ଘର ବାଙ୍କୀ ଥାନା ଅନ୍ତର୍ଗତ ଦୁର୍ଗାପୁର ନୂଆସାହି ଗାଁରେ।
ଆଜି ଦିନ ପ୍ରାୟ ୧୧ଟା ବେଳେ ସ୍ଥାନୀୟ ଏକ ବ୍ୟାଙ୍କରୁ ରଶ୍ମିତା ଟଙ୍କା ଉଠାଇଥିଲେ। ଏହା ପରେ ବାଙ୍କୀ ବଜାରରେ ଥିବା ଚାଉଳ ମାର୍କେଟର ହନୁମାନ ମନ୍ଦିର ନିକଟରେ ସ୍କୁଟି ରଖି ପାଖରେ ଥିବା ଏକ ଗ୍ରୋସରୀ ଦୋକାନକୁ ସଉଦା କିଣିବାକୁ ଯାଇଥିଲେ।
ସେ ସଉଦା କିଣିବା ସମୟରେ କେହି ଦୁର୍ବୃତ୍ତ ସ୍କୁଟିର ଡିକି ଭାଙ୍ଗି ୮୨ ହଜାର ଟଙ୍କା ନେଇ ଯାଇଥିଲେ। ଏନେଇ ରଶ୍ମିତା ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଏତଲା ଆଧାରରେ ବାଙ୍କୀ ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Loot_1688726653.jpg)