Advertisment

ରାଜଧାନୀରେ ଲଜ୍ଜା; ୮୫ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର, ଓଠ କାଟିଦେଲେ ଅଭିଯୁକ୍ତ

ଜଣେ ୮୫ ବର୍ଷୀୟା ବୃଦ୍ଧାଙ୍କୁ ଜଣେ ୨୮ ବର୍ଷୀୟ ଯୁବକ ବଳାତ୍କାର କରିଥିବା ପରି ସାଂଘାତିକ ଘଟଣା ସାମାନାକୁ ଆସିଛି। ବୃଦ୍ଧାଜଣକ ଚିତ୍କାର କରିବାରୁ ସେ ତାଙ୍କ ଓଠକୁ ବ୍ଲେଡରେ କାଟି ଦେଇଥିବା ଜଣାଯାଇଛି ।

author-image
Niharika Rout
Old Woman

Old Woman

ରାଜଧାନୀ ଦିଲ୍ଲୀରେ ମରିଗଲାଣି ମାନବିକତା। ହଜିଗଲାଣି ମଣିଷପଣିଆ। ୮ ମାସରୁ ଆରମ୍ଭ କରି ୮୦ ବର୍ଷର ବୃଦ୍ଧା ପର୍ଯ୍ୟନ୍ତ ହେଉଛନ୍ତି ନିର୍ଯାତନା ଶିକାର। ଏପରି ଏକ ଲୋମଟାଙ୍କୁରା, ଲଜ୍ଜାଜନକ ଘଟଣା ଗତକାଲି ରାଜଧାନୀରେ ଘଟିଛି। ଜଣେ ୮୫ ବର୍ଷୀୟା ବୃଦ୍ଧାଙ୍କୁ ଜଣେ ୨୮ ବର୍ଷୀୟ ଯୁବକ ବଳାତ୍କାର କରିଥିବା ପରି ସାଂଘାତିକ ଘଟଣା ସାମାନାକୁ ଆସିଛି। ବୃଦ୍ଧାଜଣକ ଚିତ୍କାର କରିବାରୁ ସେ ତାଙ୍କ ଓଠକୁ ବ୍ଲେଡରେ କାଟି ଦେଇଥିବା ଜଣାଯାଇଛି । ବୃଦ୍ଧାଜଣକ ଏବେ ମରଣ ସହ ସଂଘର୍ଷ କରୁଛନ୍ତି।

Advertisment

ଶୁକ୍ରବାର ଭୋର ପ୍ରାୟ ୪ଟା ବେଳେ ଏପରି ଅମାନୁଷିକ କାଣ୍ଡ ଘଟିଛି। ବୃଦ୍ଧାଜଣକ ନିଜ ଘରେ ଶୋଇଥିବା ବେଳେ ଯୁବକଜଣକ ତାଙ୍କ ଘର ଭିତରେ ପଶି ଯାଇଥିଲେ। ଏହାପରେ ସେ ଜୋରଜବରଦସ୍ତି ତାଙ୍କୁ ବଳାତ୍କାର କରିଥିଲେ। ବୃଦ୍ଧାଜଣକ ଚିତ୍କାର କରିବାରୁ ସେ ତାଙ୍କୁ ଅମାନୁଷିକ ଭାବେ ପିଟିବା ସହ ତାଙ୍କ ଓଠକୁ ଏକ ବ୍ଲେଡରେ କାଟି ଦେଇଥିଲେ। ଏହାପରେ ଅଭିଯୁକ୍ତଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ବୃଦ୍ଧାଜଣକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ପଡ଼ୋଶୀ ସୂଚନା ପାଇ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ବୃଦ୍ଧାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ଏହି ଘଟଣାକୁ ନେଇ ଦିଲ୍ଲୀ ମହିଳା କମିଶନର ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି। ଏପରିକ ଟ୍ୱିଟ କରି ଦିଲ୍ଲୀରେ ମାନବିକତା ମରି ଯାଇଥିବା ଉଲ୍ଲେଖ କରିଛନ୍ତି । ୮ ମାସର ଛୁଆଠୁ ୮୦ ବର୍ଷର ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ପାଶବିକ ଅତ୍ୟାଚାରର ଶିକାର ହେଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।

ଏଥିସହ ଏହି ଘଟଣାରେ ତୁରନ୍ତ ଏକ ମାମଲା ରୁଜୁ କରି କ’ଣ ପଦକ୍ଷେପ ଗ୍ରହଣ କରାଗଲା ଜଣାଇବାକୁ ଦିଲ୍ଲୀ ପୁଲିସ୍‌କୁ ମହିଳା କମିଶନର ଦିର୍ଦ୍ଦେଶ ଦେଇଛନ୍ତି।

Delhi Rape Old Age