Advertisment

ଆଶ୍ରମ ବିଦ୍ୟାଳୟରୁ ଛାତ୍ର ନିଖୋଜ, ୬ ଦିନ ହେଲା ମିଳୁନି ପତ୍ତା

ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଛାତ୍ରଙ୍କ ପରିବାର।

author-image
Debadatta Aryashrestha
Missing Student

Missing Student

ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମୁଳିଆବାଙ୍କ ଆଶ୍ରମ ବିଦ୍ୟାଳୟରୁ ଛାତ୍ର ନିଖୋଜ। ନିଖୋଜ ଛାତ୍ର ହେଲେ ଅଷ୍ଟମ ଶ୍ରେଣୀର ଜେନା ତିରିଆ(୧୬)। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଛୋଟାତେନ୍ତୁଳି ଗାଁର ରମେଶ ତିରିଆଙ୍କ ପୁଅ ଜେନା ତିରିଆ।

Advertisment

ଅଷ୍ଟମ ଶ୍ରେଣୀ ଛାତ୍ର ଜଣକ ବିଗତ ୬ ଦିନ ହେଲା ନିଖୋଜ ଥିବାବେଳେ ଏଯାଏଁ କୌଣସି ଖୋଜଖୋବର ମିଳିପାରିନି ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଚାଲିଥିବାବେଳେ ସଂପୃକ୍ତ ଛାତ୍ର କେଉଁଆଡ଼େ ପଳାଇଥିବା ପ୍ରଧାନଶିକ୍ଷୟିତ୍ରୀ ଅନିମା ମହାପାତ୍ର କହିଛନ୍ତି।

ଅନ୍ୟପଟେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଛାତ୍ରଙ୍କ ପରିବାର। ତେବେ ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରୁଛି ବୋଲି ଥାନାଧିକାରୀ ସଞ୍ଜୟ କୁମାର ଜେନା କ‌ହିଛନ୍ତି।

Advertisment
Mulia Baba Ashram School Student Missing 8th Class Student Missing