Advertisment

ସୁନା ସଫା ନାଁରେ ବୁଲାଉଥିଲେ କଳାକନା, ବନ୍ଧା ହେଲେ ୯ ଲୁଟେରା

ଗତ ୩ ବର୍ଷ ହେଲା ଏମିତି ଅନେକ ଲୋକଙ୍କୁ ଲଗାଇଥିଲେ ଚୂନା। ସୁନା ସଫା କରିଦେବା ନାଁରେ ଆଖି ଆଗରୁ ସୁନା ନେଇ ଫେରାର ହୋଇ ଯାଉଥିଲେ।

Arrest

Arrest

Advertisment

ସୁନା ଅଳଙ୍କାର ସଫା କରିଦେବାର ଲୋଭ ଦେଖାଉଥିଲେ। ଏହାପରେ ମଉକା ଦେଖି କରୁଥିଲେ ହାତସଫେଇ। ତ୩ ବର୍ଷ ହେଲା ଏମିତି ଅନେକ ଲୋକଙ୍କୁ ଲଗାଇଥିଲେ ଚୂନା। ସୁନା ସଫା କରିଦେବା ନାଁରେ ଆଖି ଆଗରୁ ସୁନା ନେଇ ଫେରାର ହୋଇ ଯାଉଥିଲେ।

Advertisment

ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ରାଉରକେଲା ପୁଲିସ। ଆଉ ଜାଲ ପକାଇ ଏହି ଗ୍ୟାଙ୍ଗର ୯ ଜଣଙ୍କୁ ବାନ୍ଧିଛି। ଗିରଫ ଅଭିଯୁକ୍ତମାନେ ବିହାର ଭାଗଲପୁର ଅଞ୍ଚଳର ବୋଲି ଜଣାପଡ଼ିଛି। । ସେମାନଙ୍କ ଠାରୁ ୧୦୩ ଗ୍ରାମ୍ ସୁନା, ୮ଟି ମୋବାଇଲ, ୩ଟି ବାଇକ୍ ସହ ଅନ୍ୟ ଚୋରା ସାମଗ୍ରୀ ଓ ବିଭିନ୍ନ ପ୍ରକାର କେମିକାଲ ମଧ୍ୟ ଜବତ ହୋଇଛି।

ଏନେଇ ପଶ୍ଚିମାଞ୍ଚଳ ଡିଆଇଜି କହିଛନ୍ତି, ଗତ ୩ ବର୍ଷ ହେଲା ଉକ୍ତ ଲୁଟେରାମାନେ ସାଧାରଣ ଲୋକଙ୍କୁ ଲୁଟି ଚାଲିଥିଲେ। ଆମେ ଏହା ଉପରେ ନଜର ରଖିଥିଲୁ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ସେମାନଙ୍କୁ ମାଡ଼ି ବସିଛୁ। ଗିରଫ ସମସ୍ତ ଅଭିଯୁକ୍ତ ବିହାର ଭାଗଲପୁର ଅଞ୍ଚଳର। ସେମାନଙ୍କୁ ଏଠାରେ କିଏ ସାହାଯ୍ୟ କରିଥିଲା ତାକୁ ଖୋଜି ବାହାର କରିବାକୁ ଚେଷ୍ଟା ଜାରି ରଖିଛୁ।

Advertisment

ଗିରଫ ଅଭିଯୁକ୍ତଙ୍କ ନିକଟରୁ ଜବତ ସୁନାକୁ ପ୍ରକୃତ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରୁଛୁ। ଏଥିସହ ଘଟଣାର ଆହୁରି ଛାନଭିନ ଚାଲିଛି ବୋଲି ସେ କହିଛନ୍ତି।

Loot Rourkela Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe