Advertisment

ରାଗିଂର ଶିକାର ହେଲେ ନବୋଦୟ ଛାତ୍ର; ଥାନାରେ ମାମଲା

ପରିବାର ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ସ୍କୁଲ ପକ୍ଷରୁ କୌଣସି ଠୋସ ପଦକ୍ଷପ ନିଆଯିବା ବଦଳରେ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରଙ୍କ ପରିବାର ଲୋକେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Ragging

Ragging

ଜଣେ ନବୋଦୟ ଛାତ୍ରଙ୍କୁ ରାଗିଂ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ହଦଗଡ଼ ନବୋଦୟ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀର ଛାତ୍ରଙ୍କୁ କିଛି ଅଣ ଓଡ଼ିଆ ଛାତ୍ର ରାଗିଂ କରିବା ସହ ନିସ୍ତୁକ ମାଡ଼ ମାରିଥିବା ସୋସ ଥାନାରେ ଅଭିଯୋଗ ହୋଇଛି।

Advertisment

ଏନେଇ ପରିବାର ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ସ୍କୁଲ ପକ୍ଷରୁ କୌଣସି ଠୋସ ପଦକ୍ଷପ ନ ନେଇ ଥିବା ଅଭିଯୋଗ କରିଛନ୍ତି ଛାତ୍ରଙ୍କ ପରିବାର।

ଶେଷରେ ସବୁଆଡୁ ନିରାଶ ହୋଇ ଗତକାଲି ସନ୍ଧ୍ୟାରେ ପରିବାର ପକ୍ଷରୁ ଏନେଇ ସୋସ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ସମ୍ପୃକ୍ତ ଛାତ୍ରକୁ ରାଗିଂ କରାଯାଇଥିବା ଓ ଏନେଇ ଅଭିଯୋଗ ପରେ ସ୍କୁଲ କର୍ତ୍ତୃପକ୍ଷ ସୋସ ପୁଲିସ ଉପସ୍ଥିତିରେ ଆପୋସ ବୁଝାମାଣ କରିଥିବା ସୂଚନା ରହିଛି। ଏହି ଘଟଣାରେ ପୁଲିସ କିମ୍ବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 

Advertisment

ଅଭିଯୋଗକାରୀ ଛାତ୍ର କହିଛନ୍ତି, ମୋତେ ଖରାପ କଥା ଲେଖିକି ଦେବା ପାଇଁ ସେମାନେ କହିଲେ। ମୁଁ ନଦେବାରୁ ସେମାନେ ମୋତେ ମାଡ଼ ମାରିଥିଲେ। 

ଛାତ୍ରଙ୍କ ବାପା କହିଛନ୍ତି, ମୋ ପୁଅକୁ ପୂର୍ବରୁ ସ୍କୁଲରେ ରାଗିଂ କରିଥିଲେ। ଏନେଇ ମୁଁ ପ୍ରିନ୍ସପାଲ ସାରଙ୍କୁ  ଜଣାଇଥିଲି। ହେଲେ ସେ କିଛି ବୁଝିଲେ ନାହିଁ। କିଛି ଦିନ ତଳେ ମୋ ପୁଅର ମଶାରି ଚିରି ଦେଇଥିଲେ। ମୋ ପୁଅ ମୋତେ ଜଣାଇଥିଲା। ସେ କଥା ସ୍କୁଲକୁ ବୁଝିବାକୁ ଯାଇଥିବା ବେଳେ ମୋ ପୁଅ କାନ୍ଦି କାନ୍ଦି ଆସିଥିଲା, ତାକୁ ପିଲାମାନେ ମାଡ଼ ମାରିଥିବା କହିଥିଲା। ମୁଁ ଏନେଇ ଥାନାରେ ଅଭିଯୋଗ କରିଛି।

Kendujhar Students Ranging