Advertisment

ଜମି ପାଇଁ ଦୁଇ ପରିବାର ମଧ୍ୟରେ ହଣାହଣି, ୯ ଆହତ

ଗତକାଲି ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Bhadrak

Bhadrak

ଜମିବାଡ଼ି ବିଵାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ତୁମୁଳକାଣ୍ଡ। ଧାରୁଆ ଅସ୍ତ୍ରରେ ଆକ୍ରମଣରେ ଉଭୟ ପରିବାରରେ ୯ ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ଗୁଆମାଳ ପଞ୍ଚାୟତ ମୁଢ଼ସାହିରେ। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଓ ୫ ପୁରୁଷ ଅଛନ୍ତି।

Advertisment

ମୁଢ଼ସାହିରେ ଶ୍ୟାମସୁନ୍ଦର ପୃଷ୍ଟି ଓ କୃପାସିନ୍ଧୁ ପୃଷ୍ଟିଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିବାଡ଼ି ବିବାଦ ଲାଗି ରହିଥିଲା। ଗତକାଲି ଏହାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା। ପରେ ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ଉଭୟ ପରିବାରର ସଦସ୍ୟମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ଉଭୟଙ୍କ ପରିବାରର ୯ ଜଣ ଆହତ ହୋଇଥିଲେ।

କାହା ହାତରେ ଆଘତ ଲାଗିଥିବା ବେଳେ କାହାର ଗୋଡ଼ ଓ ବିଭିନ୍ନ ସ୍ଥାନରେ ଗଭୀର ଲାଗିଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି। କୌଣସି ବିଶୃଙ୍ଖଳା ନ ଘଟିବା ପାଇଁ ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଉଭୟ ପରିବାର ଲୋକଙ୍କୁ ପୁଲିସ ଓ ପୂର୍ବତନ ସରପଞ୍ଚ ବୁଝାସୁଝା କରିଥିବା ଜଣାପଡ଼ିଛି।

Advertisment
Bhadrak Odisha Police