Advertisment

ବନ୍ଧୁକ ଦେଖାଇଲେ, ଭୁଜାଲିରେ ହାଣି ନେଇଗଲେ ୯ ଲକ୍ଷ ଟଙ୍କା

ବିଶ୍ୱଜିତ ଟଙ୍କା ଦେବା ପରିବର୍ତ୍ତେ ପଛକୁ ଫେରିବାକୁ ଚେଷ୍ଟା କରୁଥିଲେ। ତେବେ ଅନ୍ୟ ଜଣେ ଯୁବକ ଭଜାଲିରେ ବିଶ୍ୱଜିତଙ୍କ ହାତକୁ ଗୋଟିଏ ଚୋଟ ପକାଇ ଦେଇଥିଲେ। ଯେଉଁଥିପାଇଁ ସେ ଟଙ୍କା ବ୍ୟାଗ ଛାଡ଼ି ଦେଇଥିଲେ।

Loot

Loot

Advertisment

ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିଲେ ଆଳୁ ବ୍ୟବସାୟୀ। ହେଲେ ଅଧା ରାସ୍ତାରେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତମ ପ୍ରଥମେ ବନ୍ଧୁକ ଦେଖାଇଲେ, ତା’ପରେ ଭୁଜାଲିରେ ହାଣି ୯ ଲକ୍ଷ ଟଙ୍କା ନେଇଗଲେ। ଆଜି ଅପରାହ୍ନରେ ଏପରି ଘଟଣା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଘଟିଛି।

Advertisment

ଗୋପରେ ଥିବା ଏକ ଆଳୁ ଗୋଦାମର କର୍ମଚାରୀ ବିଶ୍ୱଜିତ ଦାସ ଆଜି ଅପରାହ୍ନରେ ୯ ଲକ୍ଷ ଟଙ୍କା ଧରି ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ତେବେ ଶ୍ୟାମସୁନ୍ଦରପୁର ବ୍ରିଜ୍‌ ପାଖରେ ୩ ଜଣ ଯୁବକ ଏକ ବାଇକ୍‌ର ଆସି ବିଶ୍ୱଜିତଙ୍କ ଗାଡ଼ିକୁ ଅଟକାଇ ଥିଲେ। ଗାଡ଼ି ଚାଳକ ହେଲ୍‌ମେଟ୍‌ ପିନ୍ଧିଥିବା ବେଳେ ପଛରେ ବସିଥିବା ଦୁଇ ଯୁବକ ମୁଖା ପିନ୍ଧିଥିଲେ। ୩ ଜଣଙ୍କ ଭିତରୁ ଜଣେ ବିଶ୍ୱଜିତଙ୍କ ଛାତିରେ ବନ୍ଧୁକ ଲଗାଇ ଦେଇ ଟଙ୍କା ବ୍ୟାଗ ମାଗିଥିଲେ।

ବିଶ୍ୱଜିତ ଟଙ୍କା ଦେବା ପରିବର୍ତ୍ତେ ପଛକୁ ଫେରିବାକୁ ଚେଷ୍ଟା କରୁଥିଲେ। ତେବେ ଅନ୍ୟ ଜଣେ ଯୁବକ ଭଜାଲିରେ ବିଶ୍ୱଜିତଙ୍କ ହାତକୁ ଗୋଟିଏ ଚୋଟ ପକାଇ ଦେଇଥିଲେ। ଯେଉଁଥିପାଇଁ ସେ ଟଙ୍କା ବ୍ୟାଗ ଛାଡ଼ି ଦେଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ବିଶ୍ୱଜିତ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ରାସ୍ତାରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି।

Advertisment

ରିପୋର୍ଟ-କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Loot Crime Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe