Advertisment

ମହଙ୍ଗା ପଡ଼ିଲା ରାଗିଂ; ୭ ଛାତ୍ର ଓ ୨ ଛାତ୍ରୀ ନବୋଦୟରୁ ନିଲମ୍ୱିତ

ଗୁରୁବାର ଥିଲା ଗୁରୁଦିବସ। ସ୍କୁଲର ନିୟମ ଅନୁସାରେ ନବୋଦୟର ଦ୍ୱାଦଶ ଶ୍ରେଣୀର ଦୁଇ ଜଣ ଛାତ୍ରୀ ଗୁରୁମା ବେଶରେ ଦଶମ ଶ୍ରେଣୀକୁ ପାଠ ପଢ଼ାଇଥିଲେ। ଅଭିଯୋଗ ଅନୁସାରେ ପାଠ ପଢ଼ାଇବା ବେଳେ ଦଶମ ଶ୍ରେଣୀର କିଛି ଛାତ୍ର ସେମାନଙ୍କୁ କମେଣ୍ଟ ମାରିଥିଲେ।

ଅଦ୍ୟତନ ହୋଇଛି
School

School

Advertisment

ମହଙ୍ଗା ପଡ଼ିଲା ରାଗିଂ। ୭ ଛାତ୍ର ଓ ଦୁଇ ଛାତ୍ରୀଙ୍କୁ ନିଲମ୍ୱିତ କରିଛି ନବୋଦୟ ସ୍କୁଲ କର୍ତ୍ତୃପକ୍ଷ। ନିଲମ୍ୱିତ ହୋଇଥିବା ଛାତ୍ରଛାତ୍ରୀମାନେ ସ୍କୁଲ ଆସିପାରିବେ ନାହିଁ। ହଷ୍ଟେଲ୍‌ରେ ମଧ୍ୟ ରହିପାରିବେନି। ନିଲମ୍ୱନ ପରେ ଆଜି ସକାଳରୁ ନୂଆପଡ଼ା ଜିଲ୍ଲା ତରବୋଡ ନବୋଦୟରେ ଚାଲିଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

Advertisment

ଗୁରୁବାର ଥିଲା ଗୁରୁଦିବସ। ସ୍କୁଲର ନିୟମ ଅନୁସାରେ ନବୋଦୟର ଦ୍ୱାଦଶ ଶ୍ରେଣୀର ଦୁଇ ଜଣ ଛାତ୍ରୀ ଗୁରୁମା ବେଶରେ ଦଶମ ଶ୍ରେଣୀକୁ ପାଠ ପଢ଼ାଇଥିଲେ। ଅଭିଯୋଗ ଅନୁସାରେ ପାଠ ପଢ଼ାଇବା ବେଳେ ଦଶମ ଶ୍ରେଣୀର କିଛି ଛାତ୍ର ସେମାନଙ୍କୁ କମେଣ୍ଟ ମାରିଥିଲେ। ଛାତ୍ରୀ ଦୁଇ ଏନେଇ ତାଙ୍କ ସାଙ୍ଗ ଓ ସାଥୀଙ୍କୁ କହିଥିଲେ। ଏକଥା ଶୁଣିବା ପରେ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ରାତି ପ୍ରାୟ ୧୧.୪୦ ବେଳେ ଦ୍ୱାଦଶ ଶ୍ରେଣୀରେ ୭ ଜଣ ଛାତ୍ର ଦଶମ ଶ୍ରେଣୀ ଛାତ୍ରଙ୍କ ହଷ୍ଟେଲକୁ ଯାଇଥିଲେ। ପ୍ରଥମେ ସବୁ ପିଲାଙ୍କୁ ବସାଇ ବୈଠକ କରିଥିଲେ। ରାଗିଂ ନେଇ ପଚାରିଥିଲେ। ହେଲେ କୌଣସି ଛାତ୍ର ଦୋଷ ସ୍ୱୀକାର ନକରିବାରୁ ଆରମ୍ଭ ହୋଇଥିଲା ମାଡ଼। ଦ୍ୱାଦଶ ଶ୍ରେଣୀର ୭ ଛାତ୍ର ଦଶମ ଶ୍ରେଣୀର ୨୨ ଜଣ ଛାତ୍ରଙ୍କୁ ନିର୍ଧୁମ ପିଟିଥିଲେ। ଏପରିକି ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଥିଲା। ମାଡ଼ ଯୋଗୁ ଛାତ୍ରମାନେ ଗୁରୁତର ଆହତ ହୋଇଥିଲେ।

Advertisment

ସ୍କୁଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଜାଣିପାରି ଆହତ ଛାତ୍ରଙ୍କୁ ସେହି ରାତିରେ ନୂଆପଡ଼ା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ପିଲାମାନଙ୍କୁ ଛାଡ଼ି ଦିଆଯାଇଥିଲା। ମାଡ଼ ପ୍ରତିବାଦରେ ଆଜି ସକାଳେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଅଖିଆ ଅପିଆ ଧାରଣାରେ ବସିଥିଲେ। ମାଡ଼ ମାରିଥିବା ୭ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ସେମାନଙ୍କୁ ସ୍କୁଲ ନିଲମ୍ୱିତ କରିବାକୁ ଅଡି ବସିଥିଲେ। ନବୋଦୟ ପ୍ରିନ୍ସପାଲ ଡିଭି ରମନ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ହେଲେ କିଛି ସୁଫଳ ମିଳିନଥିଲା। ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ।

Studentଛାତ୍ରମାନେ ଧାରଣାରେ ବସିଛନ୍ତି

ମଧ୍ୟାହ୍ନରେ ନୂଆପଡ଼ା ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡିଇଓ କରୁଣାକର ଭୋଇ, ଡିସିପିଓ ଅନ୍ତଜ୍ୟାମୀ ବଳିଆରସିଂ, କୋମନା ତହସିଲ୍‌ଦାର ମନୋରଞ୍ଜନ କେରକେଟା, କୋମନା ବିଡିଓ ସୀତାଂଶୁ ଶେଖର ସାମଲ ପ୍ରମୁଖ ନବୋଦୟରେ ପହଞ୍ଚିଥିଲେ। ଧାରଣା ଦେଉଥିବା ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇଥିଲା। ୭ ଛାତ୍ର ଓ ୨ ଛାତ୍ରୀଙ୍କୁ ନିଲମ୍ୱିତ କରିଛନ୍ତି ନବୋଦୟ କର୍ତ୍ତୃପକ୍ଷ। ପ୍ରତିଶ୍ରୁତି ପରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ।

ନିୟମ ଅନୁସାରେ ନିଲମ୍ୱିତ ହୋଇଥିବା ଛାତ୍ରଛାତ୍ରୀମାନେ କ୍ଲାସ୍‌ କରିପାରିବେ ନାହିଁ କି ହଷ୍ଟେଲ୍‌ରେ ରହିପାରିବେନି। ଘରେ ରହି କେବଳ ପରୀକ୍ଷା ପାଇଁ ନବୋଦୟ ଆସିବେ।

ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ

Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe