Advertisment

ଭୟଙ୍କର: ଘର ଅଗଣାରେ ୯ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା

ପ୍ରବଳ ଗରମ ହେବାରୁ ନାବାଳିକା ଜଣଙ୍କ ତାଙ୍କ ଭାଇଙ୍କ ସହ ଅଗଣାରେ ଶୋଇବାକୁ ଯାଇଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
stop Rape

stop Rape

ମଧ୍ୟପ୍ରଦେଶର ରେୱାରେ ଘଟିଛି ଭୟଙ୍କର ଘଟଣା। ଜଣେ ୯ ବର୍ଷୀୟ ଝିଅକୁ ତାଙ୍କରି ଘରର ଭିତରର ଅଗଣାରେ ପ୍ରଥମେ ଦୁଷ୍କର୍ମ ଓ ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିବା ବେଳେ ପୀଡ଼ିତାଙ୍କ ପରିବାର ଓ ସ୍ଥାନୀୟ ଲୋକ ବିକ୍ଷୋଭ କରିବା ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ଏ ସମ୍ପର୍କରେ ଖବର ଆଜି ପ୍ରକାଶ କରିଛନ୍ତି।

Advertisment

ମଙ୍ଗଳବାର ରାତିରେ ପ୍ରବଳ ଗରମ ହେବାରୁ ନାବାଳିକା ଜଣଙ୍କ ତାଙ୍କ ଭାଇଙ୍କ ସହ ଅଗଣାରେ ଶୋଇବାକୁ ଯାଇଥିଲେ। ସେମାନଙ୍କ ମା’ ଅସୁସ୍ଥ ଥିବାରୁ ସେ ଘର ଭିତରେ ଶୋଇଥିଲେ। ତାଙ୍କର ଆଉ ଦୁଇ ଜଣ ମଧ୍ୟ ଘର ଭିତରେ ଶୋଇଥିବା ବେଳେ ବାପା କୌଣସି କାମରେ ମୁମ୍ବାଇ ଯାଇଥିଲେ।

ରାତି ପ୍ରାୟ ୨ଟା ହେବ ଘରର ବଡ଼ ଝିଅ ଟଏଲେଟ ପାଇଁ ଉଠିଥିଲେ। ହେଲେ ଘର ଅଗଣାର ଗୋଟିଏ କଡ଼ରେ ୯ ବର୍ଷର ଝିଅଟି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇ ଚିତ୍କାର କରିଥିଲେ। ଏହାପରେ ଗାଁ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ।

Advertisment

ଅତିରିକ୍ତ ଏସ୍‌ପି ବିବେକ କୁମାର ଲାଲ ବୁଧବାର ସକାଳୁ ଗୋଟିଏ ଟିମ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି ଯେ ଘର ସହ ପରିଚିତ ଥିବା କେହି ଜଣେ ଝିଅଟିକୁ ପ୍ରଥମେ ଦୁଷ୍କର୍ମ କରିଥିଲା। ଏହାପରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଛି। ପୁଲିସ୍‌ ଏବେ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୁଲିସ୍‌ ଏଯାଏ ଅଭିଯୁକ୍ତଙ୍କୁ ଗିରଫ କରି ନଥିବାରୁ ଗୁରୁବାର ପରିବାର ଓ ସ୍ଥାନୀୟ ଲୋକ ଜନଗହଳୀପୂର୍ଣ୍ଣ ଜାୱା ରାସ୍ତାକୁ ଅବରୋଧ କରିଥିଲେ। ପୁଲିସ୍‌ ଓ ପ୍ରଶାସନ ସେମାନଙ୍କୁ ଦୀର୍ଘ ଘଣ୍ଟା କାଳ ବୁଝାଇବା ପରେ ରାସ୍ତା ରୋକ ହଟିଥିଲା।

Madhya Pradesh Stop Rape