Advertisment

ଝୁଲି ପଡ଼ିଲେ ନବମ ଶ୍ରେଣୀ ଛାତ୍ର, କାରଣ ଅସ୍ପଷ୍ଟ

ଆଜି ସକାଳେ ମିଲୁଙ୍କ ମୃତଦେହ ଘରପାଖ ଗୋଟିଏ ଜମିରେ ଥିବା ଆମ୍ବ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

author-image
Hemant Lenka
9th class

9th class

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ପୁରୁଯୋଡ଼ା ପଞ୍ଚାୟତ ଅନ୍ତର୍ଗତ ବେଣାମୁଣ୍ଡା ଗାଁ ମାଟିଆ ମୁଣ୍ଡା ସାହିରେ ଜଣେ ୯ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଗାଁର ଗୋଟିଏ ଆମ୍ବ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ହେଲେ ବେଣାମୁଣ୍ଡା ମାଟିଆମୁଣ୍ଡା ସାହିର ସ୍ୱର୍ଗତ ସିଙ୍ଗାରାମ ପୂର୍ତ୍ତିଙ୍କ ସାନ ପୁଅ ମିଲୁ।

Advertisment

ଶନିବାର ମିଲୁ ସ୍କୁଲରୁ ଘରକୁ ଆସିବା ପରେ ତାଙ୍କ ମା’ ଗୋଲାପ ପୂର୍ତ୍ତି ହଜିଥିବା ବଳଦ ଖୋଜିବା ପାଇଁ ଯିବାକୁ କହିଥିଲେ। ବଳଦ ଖୋଜିବାକୁ ମିଲୁ ପଡ଼ୋଶୀଙ୍କ ସାଇକେଲ ମାଗିଥିଲେ। କିନ୍ତୁ ତାଙ୍କୁ ସାଇକେଲ ମିଳି ନଥିଲା। ସେ ଚାଲିଚାଲି ବଳଦ ଖୋଜିବାକୁ ଯାଇଥିଲେ। ସନ୍ଧ୍ୟା ଯାଇ ରାତି ହୋଇଥିଲେ ହେଁ ମିଲୁ ଆଉ ଘରକୁ ଫେରି ନଥିଲେ।

ପରିବାର ଲୋକ ଓ ମା’ ତାଙ୍କୁ ସବୁଆଡ଼େ ଖୋଜାଖୋଜି କରିଥିଲେ ହେଁ ରାତିରେ ମିଲୁଙ୍କ କୌଣସି ପତ୍ତା ମିଳି ନଥିଲା। ହେଲେ ଆଜି ସକାଳେ ମିଲୁଙ୍କ ମୃତଦେହ ଘରପାଖ ଗୋଟିଏ ଜମିରେ ଥିବା ଆମ୍ବ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

Advertisment

ମିଲୁ ଛୋଟ ଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କ କାକା ବର୍ତ୍ତମାନ ଶଯ୍ୟା ଶାୟୀ। ତେଣୁ ପାଠପଢ଼ା ସହିତ ଘରର ସବୁ ଦାୟିତ୍ୱ ମିଲୁ ବୁଝୁ ଥିଲେ। ସବୁ କଥା ଠିକ ଭାବେ ବୁଝୁ ଥିବା ମିଲୁ ହଠାତ୍‌ ଏପରି ଚରମ ପଦକ୍ଷେପ ନେବା ପଛର କାରଣ କ’ଣ ସେକଥା ପରିବାର ଲୋକ ମଧ୍ୟ ଆକଳନ କରି ପାରୁ ନଥିବା କହିଛନ୍ତି।

ତେଲକୋଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶଵ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ୍‌ କହିଛି। ତେବେ ବ୍ୟବଛେଦ ରିପୋର୍ଟ ପରେ ଏହା ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି।

ରିପୋର୍ଟ: ଚିନ୍ମୟ କୁମାର ସାହୁ

Odisha Kendujhar Sucide