Advertisment

ପୁଣି ଲଜ୍ଜା; ନବମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ

ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଗର୍ଭବତୀ ଛାତ୍ରୀଙ୍କ ଚିକିତ୍ସା କରିବା ସହିତ ମାମଲାରେ ଜଣେ ନାବାଳକକୁ ଅଟକ ରଖିଛି। ନାବାଳିକା ଜଣକ ୫ ମାସର ଗର୍ଭବତୀ ହୋଇଥିବା ବେଳେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଖି ୱାନ୍ ଷ୍ଟପ୍‌ ସେଣ୍ଟରରେ ଚିକିତ୍ସା କରାଯାଉଛି।

undefined

Rape Attempt

Advertisment

ଓଡ଼ିଶା ପାଇଁ ପୁଣି ଲଜ୍ଜା। ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ୫ ମାସର ଗର୍ଭବତୀ ହୋଇଛନ୍ତି। ଏପରି ଅଭିଯୋଗ କନ୍ଧମାଳ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଜଣେ ନାବାଳକକୁ ଅଟକ ରଖି ଘନଘନ ଜେରା କରୁଛି।

Advertisment

କନ୍ଧମାଳ ଜିଲ୍ଲାର ଏକ ଆଶ୍ରମ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ ଛାତ୍ରୀ ରେଖା(ଛଦ୍ମନାମ)। ଗତ ୬ ମାସ ହେଲା ସ୍କୁଲ ଛୁଟି ଥିବାରୁ ରେଖା ଘରକୁ ପଳାଇ ଯାଇଥିଲେ। ନିଜ ପରିବାର ଲୋକଙ୍କ ସହିତ ଘରେ ରହୁଥିଲେ। ସ୍କୁଲ ଖୋଲିବା ପରେ ସବୁ ପିଲାଙ୍କ ପରି ରେଖା ଆସିଥିଲେ। ସବୁଦିନ କ୍ଲାସ୍‌ରେ ବସି ପାଠ ପଢ଼ୁଥିଲେ।

ସରକାରୀ ନିୟମ ଅନୁସାରେ ପ୍ରତି ମାସ ଆଶ୍ରମ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ମେଡ଼ିକାଲ୍‌ ଚେକ୍‌ଅପ୍‌ ହୋଇଥାଏ। ତେଣୁ ଗତ ୨୫ ତାରିଖରେ ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେହି ସମୟରେ ରେଖା ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା। ଏହି ଖବର ଶୁଣିବା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ସେ ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Advertisment

ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଗର୍ଭବତୀ ଛାତ୍ରୀଙ୍କ ଚିକିତ୍ସା କରିବା ସହିତ ମାମଲାରେ ଜଣେ ନାବାଳକକୁ ଅଟକ ରଖିଛି। ନାବାଳିକା ଜଣକ ୫ ମାସର ଗର୍ଭବତୀ ହୋଇଥିବା ବେଳେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଖି ୱାନ୍ ଷ୍ଟପ୍‌ ସେଣ୍ଟରରେ ଚିକିତ୍ସା କରାଯାଉଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ଆଶ୍ରମ ବିଦ୍ୟାଳୟରେ ପ୍ରତି ମାସ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାର ନିୟମ ରହିଥିଲେ ସୁଦ୍ଧା ପୂର୍ବରୁ କିଭଳି କେହି ଜାଣିପାରିଲେ ନାହିଁ। ନା ଘଟଣାକୁ ଚପେଇ ଦେବା ପାଇଁ ଉଦ୍ୟମ କରାଯାଉଛି। ତେବେ ଏ ବାବଦରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସଦର ଥାନା IIC କିଛି କହିବାକୁ ମନା କରିଦେଇଥିଲେ।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Minor Raped Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe