Advertisment

ଖେଳୁଥିବା ବେଳେ କୂଅରେ ପଡ଼ି ୫ ବର୍ଷର ଶିଶୁ ପୁତ୍ର ମୃତ

ବାପୁନିଙ୍କୁ କୂଅରୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲକୁ ନେଇ ଯାଇଥିଲେ ପରିବାର ଲୋକ।

author-image
Biswajit Samal
ଅଦ୍ୟତନ ହୋଇଛି
kamakhyanagar

kamakhyanagar

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ମରୁଆବିଲି ପଞ୍ଚାୟତ ବଳଦିଆପାଳ ଗ୍ରାମରୁ ଆସିଛି ଏକ ଦୁଃଖଦ ଖବର। ଖେଳୁଥିଲା ବେଳେ କୂଅରେ ପଡ଼ି ଚାଲିଗଲା ପାଞ୍ଚ ବର୍ଷର ଶିଶୁର ଜୀବନ।

Advertisment

ମୃତ ଶିଶୁ ହେଲେ ବଳଦିଆପାଳ ଗ୍ରାମର ବିଷକେତନ ମହାନ୍ତିଙ୍କ ପୁଅ ବାପୁନି ମହାନ୍ତି। ବାପୁନି ଆଜି ସ୍କୁଲରୁ ଫେରି ବାହାରେ ଖେଳୁଥିଲେ।

ପରେ ପରିବାର ଲୋକ ଖାଇବା ପାଇଁ ତାଙ୍କୁ ଡାକ ପକାଇଥିଲେ। ହେଲେ ସେ ଆସି ନଥିଲେ। ଘର ବାହାରେ ବାପୁନିଙ୍କୁ ନପାଇ ପରିବାର ଲୋକେ ଆଖପାଖରେ ଖୋଜାଖୋଜି କରିଥିଲେ। କିନ୍ତୁ ପାଇ ନଥିଲେ। ପରେ ଘର ସାମ୍ନାରେ ଥିବା କୂଅରେ ବାପୁନି ଭାସୁଥିବା ସେମାନେ ଦେଖିଥିଲେ।

Advertisment

ବାପୁନିଙ୍କୁ କୂଅରୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲକୁ ନେଇ ଯାଇଥିଲେ ପରିବାର ଲୋକ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Child Death