Advertisment

କଂକ୍ରିଟ ରାସ୍ତାରେ କଚାଡ଼ି ୫ ବର୍ଷର ଝିଅକୁ ହତ୍ୟା କରିଥିଲା, ବାପାକୁ ଆଜୀବନ ଜେଲ

ଏହି ହତ୍ୟାକାରୀ ବାପା ଜଣକ ହେଉଛି କଂଟାମାଳ ନାରାୟାଣପ୍ରସାଦର ଶ୍ୟାମସୁନ୍ଦର ଖଟୁଆ।

Kantamal Court

Kantamal Court

Advertisment

୫ ବର୍ଷର ଝିଅକୁ ହତ୍ୟା ମାମଲାରେ ବାପାକୁ ଆଜୀବନ ଜେଲ। ଏହି ହତ୍ୟାକାରୀ ବାପା ଜଣକ ହେଉଛି ସୋନପୁର ଜିଲ୍ଲା କଂଟାମାଳ ନାରାୟାଣପ୍ରସାଦର ଶ୍ୟାମସୁନ୍ଦର ଖଟୁଆ। ତାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କଣ୍ଟାମାଳ ଏଡିଜେ ଶିବପ୍ରସାଦ ମହାପାତ୍ର। ଜେଲ୍‌ ଦଣ୍ଡ ସହ ତାଙ୍କୁ ୫୦ ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି।

Advertisment

ଗତବର୍ଷ ଅଗଷ୍ଟ ୧ ତାରିଖରେ ସେ ନାରାୟାଣପ୍ରସାଦ ଛକରେ ଏହି ହତ୍ୟାକାଣ୍ଡ ଘଟାଇ ଥିଲେ। ଅତି ନୃଶଂସ ଭାବେ ସେ ଶିଶୁକୁ କଂକ୍ରିଟ ରାସ୍ତାରେ ୩ ଥର କଚାଡ଼ି ଦେଇଥିଲେ। ଫଳରେ ଶିଶୁର ଜୀବନ ଚାଲି ଯାଇଥିଲା। ଏନେଇ ଥାନାରେ ମାମାଲା ହେବାର ୨ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ। ଲୋକନାଥ ସାହୁ ଘଟଣା ନେଇ ପୁଲିସରେ ଏତଲା ଦେଇଥିଲେ।

ଶ୍ୟାମ ସୁନ୍ଦର ନିଜ ପତ୍ନୀଙ୍କ ଚିରତ୍ରକୁ ସନ୍ଦେହ କରିଥିଲେ। ତାଙ୍କ ଔରଷରୁ ଏହି ଝିଅ ଜନ୍ମ ହୋଇନଥିବା ସନ୍ଦେହ କରୁଥିଲେ। ଏଣୁ ସେ ଏହି ଝିଅ ଆରଭୀ ଖଟୁଆକୁ କଚାଡି ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ।

Advertisment

ଏଡିଜେ କୋର୍ଟ ସମସ୍ତ ସାକ୍ଷ ପ୍ରମାଣକୁ ଆଧାର କରି ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ଜଘନ୍ୟ ହତ୍ୟାକାଣ୍ଡ ମାମାଲାର ଫଇସଲା ବର୍ଷକ ଭିତରେ ହୋଇଛି। ଶ୍ୟାମ ଏବେ ବୌଦ୍ଧ ଜେଲରେ ଅଛନ୍ତି। ଏନେଇ ସରକାରୀ ଓକିଲ ଦୁତିଆ ସାହୁ ସୂଚନା ଦେଇଛନ୍ତି।

ରିପୋର୍ଟ- ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

Court Jhatka Subarnpur Jail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe