Advertisment

ଓୟୋ ହୋଟେଲ ରୁମରେ ଅଙ୍ଗନବାଡ଼ି କର୍ମୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ, ପ୍ରେମିକ ଅଟକ

ସୋଶାଲ ମିଡିଆରେ ମୃତ ଅଙ୍ଗନବାଡ଼ି କର୍ମୀ ଓ ତାଙ୍କ ପ୍ରେମିକଙ୍କ ମଧ୍ୟରେ ହୋଇଥିଲା ପରିଚୟ।

author-image
Jitendra Garnayak
Rape

Rape

ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ସ୍ଥିତ ଓୟୋ ହୋଟେଲ ରୁମରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ତାଙ୍କ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ମୃତ ଯୁବତୀ ଜଣଙ୍କ ଜଣେ ଅଙ୍ଗନବାଡ଼ି କର୍ମୀ। ତାଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଞ୍ଚଳରେ। ଗତକାଲି ସେ ତାଙ୍କ ପ୍ରେମିକ ସଙ୍କେତ ସେନାପତିଙ୍କ ସହ ଭୁବନେଶ୍ୱରରୁ ଆସି ହଳଦିଆପଦର ସ୍ଥିତ ଓୟୋ ହୋଟେଲ୍‌ରେ ରହିଥିଲେ। ସନ୍ଧ୍ୟାରେ ସେମାନେ ହୋଟେଲ୍‌କୁ ଆସିଥିଲେ। ସେଠାରେ ସେ ଅସୁସ୍ଥ ହୋଇପଡ଼ିଥିଲେ ବୋଲି ତାଙ୍କ ପ୍ରେମିକ କହିଛନ୍ତି। 

ରାତି ପ୍ରାୟ ସାଢ଼େ ୧୦ଟାରେ ସଙ୍କେତ ତାଙ୍କ ପ୍ରେମିକାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ସଙ୍କେତ ତାଙ୍କ ପ୍ରେମିକାଙ୍କ ମା’ଙ୍କୁ ଫୋନ୍ କରିଥିଲେ। ତେବେ ପ୍ରେମିକାଙ୍କ ମୃତ୍ୟୁ ହୋଇଯାଇଛି ବୋଲି ସେ କହି ନଥିଲେ। କେବଳ ଦେହ ଭଲ ନଥିବା କହିଥିଲେ। ଯୁବତୀଙ୍କ ପରିବାର ଲୋକେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇସାରିଥିବା ଜାଣିବାକୁ ପାଇଥିଲେ। 

Advertisment

ସଙ୍କେତ ଝିଅକୁ ବ୍ରହ୍ମପୁର ଆଣି ଦୁଷ୍କର୍ମ କରି ହତ୍ୟା କରିଥିବା ନେଇ ମୃତ ଯୁବତୀଙ୍କ ପରିବାର ଲୋକେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସଙ୍କେତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ବ୍ରହ୍ମପୁର ଏସ୍‌ପି ବିବେକ ଶ୍ରବଣ ଏମ୍ କହିଛନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯୁବତୀଙ୍କ ମୃତ୍ୟୁର କାରଣ ଜଣାପଡ଼ିବ। ଏବେ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ସେ ତଦନ୍ତରେ ସହଯୋଗ କରୁଛନ୍ତି। ତେବେ ସେ ଯେଉଁ ସବୁ ଦାବି କରୁଛନ୍ତି, ସେଗୁଡ଼ିକ ସତ ନା ନାହିଁ, ସେ ଦିଗରେ ତଦନ୍ତ କରାଯାଉଛି। 

ସଙ୍କେତଙ୍କ ଘର ରାୟଗଡ଼ା ଜିଲ୍ଲାରେ। ସେ ଭୁବନେଶ୍ୱରରେ ଏକ ଟାୟାର କମ୍ପାନୀରେ ସେଲ୍‌ସ ମ୍ୟାନେଜର ଭାବେ କାମ କରନ୍ତି। ସୋଶାଲ ମିଡିଆରେ ସଙ୍କେତଙ୍କ ସହିତ ଏହି ଅଙ୍ଗନବାଡ଼ି କର୍ମୀଙ୍କର ପରିଚୟ ହୋଇଥିଲା। ପରେ ଦୁହେଁ ପ୍ରେମରେ ପଡ଼ି ଯାଇଥିଲେ। ଗତକାଲି ସଙ୍କେତଙ୍କ ଜନ୍ମଦିନ ସେଲିବ୍ରେସନ୍ ପାଇଁ ଭୁବନେଶ୍ୱର ଯାଉଥିବା ଅଙ୍ଗନବାଡ଼ି କର୍ମୀ ଜଣଙ୍କ ତାଙ୍କ ମାଆଙ୍କୁ କହିଥିଲେ।

Murder Rape