Advertisment

ସୌଖୀନ୍‌ କାର୍‌ରେ ଚୋରାଚାଲାଣ କରୁଥିଲେ ୧୩୧କେଜି ଗଞ୍ଜେଇ, ଧରାପଡ଼ିଲା ବିହାରୀ ଯୁବକ

ଖୁବ୍‌ କାଇଦାରେ ଯୁବକ ଜଣକ ସୌଖୀନ୍‌ କାର୍‌ରେ ଏହାକୁ ନେଇ କୋରାପୁଟରୁ ବିହାର ଯାଉଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
A Bihari youth was caught

A Bihari youth was caught

୧୩୧ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଖୁବ୍‌ କାଇଦାରେ ଯୁବକ ଜଣକ ସୌଖୀନ୍‌ କାର୍‌ରେ ଏହାକୁ ନେଇ କୋରାପୁଟରୁ ବିହାର ଯାଉଥିଲେ। ହେଲେ ସେ ଗଞ୍ଜେଇ ନେଇ ଜିଲ୍ଲା ପାରି ହେବା ପୂର୍ବରୁ ଯାଞ୍ଚ ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ପୁଲିସ ଏହି ଗଞ୍ଜେଇ ଚୋରା ଚାଲାଣକାରୀକୁ ଧରିଛି। ତାଙ୍କ ଠାରୁ ୧୩୧ କେଜିରୁ ଅଧିକ ପରିମାଣର ଗଞ୍ଜେଇ ସହ ଉକ୍ତ କାର୍‌କୁ ଜବତ କରାଯାଇଛି। କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥ ଦେଇ ସେ ଯାଉଥିବା ବେଳେ ରାଜୁଗୁଡା ଗ୍ରାମ ଛକ ଠାରେ ଧରାପଡ଼ିଛନ୍ତି। 

Advertisment

ପଟ୍ଟାଙ୍ଗି ପୁଲିସ ପଟ୍ଟାଙ୍ଗି ଓ ଯୋଡିମାଦେଲି ଗ୍ରାମ ମଧ୍ୟରେ ଗତକାଲି ରାତ୍ରିରେ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଜୁଗୁଡା ଛକ ଠାରେ ଛକି ରହିଥିଲା। ଉକ୍ତ କାରକୁ ଅଟକିବାକୁ ପୁଲିସ ହାତ ଦେଖାଇଥିଲା। ଏହା ଦେଖି କିଛି ଦୂରରେ କାର୍‌ ଅଟକାଇବା ପରେ ଦୁର୍ବୃତ୍ତ ଜଣକ ଓହ୍ଲାଇ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ତାକୁ ଦୂରରେ ଛକି ରହିଥିବା ପୁଲିସ ଟିମ୍‌ କାବୁ କରି ନେଇଥିଲେ।

ପରେ ଉକ୍ତ କାରରୁ ୬ଟି ଜରି ବସ୍ତାରେ ଥିବା ଗଞ୍ଜେଇକୁ ଜବତ କରାଯାଇଥିଲା। ଏନେଇ ଏକ ମାମଲା ରୁଜୁ କରାଯାଇଛି। ଗଞ୍ଜେଇ ଚୋରାଚାଲାଣ କରୁଥିବା ବିହାର ସିବାନ ଜିଲ୍ଲା ଅନ୍ତର୍ଗତ ରାମପୁରର ରଞ୍ଜିତ କୁମାର ମିଶ୍ର(୩୨)ଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ଗଞ୍ଜେଇକୁ ଅଭିଯୁକ୍ତ କେଉଁଠୁ ଆଣିଲା ଓ କାହାକୁ ବିକ୍ରି କରିବାକୁ ନେଉଥିଲା ସେନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି।

Advertisment
smuggling 131 kg of cannabis in a carଏହି କାର୍‌ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା
Cannabis Search Crime Ganja Seized Koraput