Advertisment

ବିଜେପି ନେତାଙ୍କୁ ବିଜେଡି ନେତାଙ୍କ ହତ୍ୟା ଧମକ

ଫୋନ୍ କରି ଗୋଡ଼େଇ ଗୋଡ଼େଇ ହାଣିଦେବେ ବୋଲି ଧମକ ଦେଇଛନ୍ତି ବିଜେଡି ନେତା।

Raghav and Basanta

Raghav and Basanta

Advertisment

ନୟାଗଡ଼ ଜିଲ୍ଲା ଦଶପଲ୍ଲାର ବିଜେପି ନେତା ରାଘବ ମଲ୍ଲିକଙ୍କୁ ବିଜେଡି ନେତା ବସନ୍ତ କୁମାର ସାହୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ବସନ୍ତ ତାଙ୍କୁ ହତ୍ୟା ଧମକ ଦେଇଥିବା ନେଇ ରାଘବ ମଲ୍ଲିକ ବାଣୀଗୋଚ୍ଛା ଥାନାରେ ଅଭିଯୋଗ କରିଛନ୍ତି। ଏମିତିକି ବସନ୍ତ ବିଜେପି ନେତା ରାଘବ ମଲ୍ଲିକଙ୍କୁ ହତ୍ୟା ଧମକ ଦେବାର ଏକ ଫୋନ୍ କଲ୍ ସାମ୍ନାକୁ ଆସିଛି।

Advertisment

ସୂଚନା ଅନୁଯାୟୀ, ଦଶପଲ୍ଲା ବ୍ଲକର ପୂର୍ବତନ ଅଧ୍ୟକ୍ଷ ବସନ୍ତଙ୍କର ବାଣୀଗୋଚ୍ଛାରେ ଏକ ଢାବା ରହିଛି। ଏହି ଢାବାରେ ବେଆଇନ ଭାବେ ମଦ କାରବାର ଚାଲିଥିବା ନେଇ ଅଭିଯୋଗ ଆଣିଥିଲେ ଗତ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ପ୍ରାର୍ଥୀ ହୋଇଥିବା ରାଘବ ମଲ୍ଲିକ। ତା’ ସହିତ ଢାବାଟି ବେଆଇନ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ କରି ଏହାକୁ ଉଚ୍ଛେଦ କରିବାକୁ ପ୍ରଶାସନ ନିକଟରେ ସେ ଦାବି କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବସନ୍ତ ଫୋନ୍ କରି ରାଘବଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

ରାଘବ ମଲ୍ଲିକ କହିଛନ୍ତି, ବସନ୍ତ ସାହୁ ମୋତେ ଫୋନ୍ କରି ପଚାରିଥିଲେ, ତୁ କେଉଁଠି ଅଛୁ। ତତେ ମୁଁ ଗୋଡ଼େଇ ଗୋଡ଼େଇ ହାଣିବି ବୋଲି କହିଥିଲେ। ସେ ମୋତେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ଦେଇଥିଲେ। ଏମିତିକି ମୁଁ ତାଙ୍କର କ’ଣ କରିପାରିବି ବୋଲି କହିଥିଲେ। ହତ୍ୟା ଧମକ ପାଇବା ପରେ ଗତ ୬ ତାରିଖରେ ମୁଁ ବାଣୀଗୋଚ୍ଛା ଥାନାରେ ଏଫଆଇଆର ଦେଇଛି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ନିଆଯାଉ। ସେହିପରି ସେ (ବସନ୍ତ କୁମାର ସାହୁ) ସରକାରୀ ଜମିକୁ ଜବରଦଖଲ କରିଛନ୍ତି। ସେନେଇ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

Advertisment

ରାଘବଙ୍କ ଅଭିଯୋଗ ନେଇ ବିଜେଡି ନେତା ବସନ୍ତ ସାହୁ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe