Advertisment

ବିଜେପି କର୍ମୀଙ୍କ ବାପାଙ୍କୁ ବିଜେଡି କର୍ମୀ ବାଇକ୍‌ ଧକ୍କା କରି ମାରିଥିବା ଅଭିଯୋଗ

କଟକ ନିଆଯାଉଥିବା ବେଳେ ବାଟରେ ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।

ଅଦ୍ୟତନ ହୋଇଛି
undefined

Dead Body

Advertisment

ଶନିବାର ଶେଷ ପର୍ଯ୍ୟାୟରେ ନିର୍ବାଚନ ବେଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଏମିତିକି ମତଦାନ ପରେ ମଧ୍ୟ କିଛି ସ୍ଥାନରୁ ହିଂସାକାଣ୍ଡ ଅଭିଯୋଗ ଆସିଛି। ଗତକାଲି ଅପରାହ୍ନରେ କେନ୍ଦ୍ରାପଡ଼ାର ପାଟକୁରା ନିର୍ବାଚନ ମଣ୍ଡଳୀରେ ଜଣେ ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ବିଜେଡି କର୍ମୀ ବାଇକ୍‌ରେ ଧକ୍କା ଦେଇ ତାଙ୍କୁ ମାରିଥିବା ଅଭିଯୋଗ ହୋଇଛି।

Advertisment

ମୃତକଙ୍କ ପୁରୁଷୋତ୍ତମ ସ୍ୱାଇଁ। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ କଟକ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସଂପର୍କରେ ଖବର ପାଇ ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ା ପହଞ୍ଚି ମୃତକଙ୍କ ପରିବାରକୁ ଆଶ୍ୱାସନା ଦେବା ସହ ସମବେଦନା ଜଣାଇଥିଲେ। ହତ୍ୟାକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି। ଅନ୍ୟପଟେ ଏ ଘଟଣାରେ ବିଜେଡି କିମ୍ବା ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ମୃତକଙ୍କ ପୁଅ ତଥା ବିଜେପିର ଯମପଡ଼ା ପଞ୍ଚାୟତ ସଭାପତି ମୁକୁଞ୍ଜବନ ସ୍ୱାଇଁ କହିଛନ୍ତି ଯେ ମତଦାନକୁ ନେଇ ଗତକାଲି ସକାଳ ୧୦ଟା ବେଳେ କିଛି ବିଜେଡି କର୍ମୀଙ୍କ ସହିତ ତାଙ୍କ ପାଟିତୁଣ୍ଡ ହୋଇଥିଲା। ସେମାନେ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ତେବେ ଉପସ୍ଥିତ ଭୋଟରମାନେ ଛଡ଼ାଇ ଥିଲେ। ପରେ ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଗାଁର ଟିଟୁଆ ସାମଲ, ମିଟୁଆ ସାମଲ, ବାଇଧର ସାମଲ, ସନ୍ତୋଷ ବିଶ୍ୱାଳ ଓ ପ୍ରମୋଦ ରାଉତ ପ୍ରମୁଖ ତାଙ୍କୁ ମାଡ଼ ମାରିଥିଲେ। ଫଳରେ ତାଙ୍କ ମୁହଁ ଓ କାନରେ ଆଘାତ ଲାଗିଥିଲା। ଏହା ପରେ ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ଅମର ପରିଡ଼ା ବାଇକ୍‌ରେ ତାଙ୍କ ବାପାଙ୍କୁ ଧକ୍କା ଦେଇଥିଲା। ତାଙ୍କ ବାପା ସେତେବେଳେ ଘର ପାଖରେ ଛିଡ଼ା ହୋଇଥିଲେ। ତାଙ୍କ ବାପାଙ୍କୁ ଧକ୍କା ଦେବା ପୂର୍ବରୁ ଅମର ପରିଡ଼ା ବୁଥ୍‌କୁ ଯାଇ ସେମାନଙ୍କୁ (ମୁକୁଞ୍ଜବନଙ୍କୁ ମାଡ଼ ମାରିଥିବା ଲୋକେ) ଭେଟିଥିଲା। ବାପାଙ୍କୁ ବାଇକ୍‌ରେ ଧକ୍କା ଦେବା ପରେ ଅମର ପରିଡ଼ା ଫେରାର ହୋଇଯାଇଥିଲେ ବୋଲି କହିଛନ୍ତି ମୁକୁଞ୍ଜବନ ସ୍ୱାଇଁ। 

Advertisment

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିଜେଡି କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ। 

BjD Bjp Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe