Advertisment

ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼, ୩ ଭାଇ ଗୁରୁତର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ ହୋଇଥିବା ଜଣାପଡ଼ିଛି।

Blast

Blast

Advertisment

ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଗାଁରେ ଗତକାଲି ବୋମାମାଡ଼ ହୋଇଛି। ବୋମାମାଡରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଶଶିକାନ୍ତି ଷଡ଼ଙ୍ଗୀ ଓ ତାଙ୍କର ଦୁଇ ଭାଇ। ଅଭିଯୁକ୍ତ ସିନିବାସ ବେହେରାକୁ ପୁଲିସ ଅଟକ ରଖିଛି।

Advertisment

ଶଶିକାନ୍ତଙ୍କର ଟାକରା ଛକରେ ପାନ ଦୋକନ ରହିଛି। ସିନିବାସଙ୍କର ମଧ୍ୟ ସେହି ଛକରେ ଦୋକାନ ରହିଛି। ଶଶିକାନ୍ତ ଓ ସନିବାସଙ୍କର କୌଣସି ପୂର୍ବରୁ ଝଗଡ଼ା ହୋଇଥିଲା।ଗତକାଲି ରାତିରେ ଶଶିକାନ୍ତ ଓ ତାଙ୍କର ଦୁଇ ଭାଇ ଦୋକାନରେ ଥିବା ବେଳେ ସିନିବାସ ଆସି ଦୋକାନ ଉପରେ ବୋମାମାଡ଼ କରିଥିଲେ।

ବୋମାମାଡ଼ ହେବାରୁ ଶଶିକାନ୍ତ ଓ ତାଙ୍କ ଦୁଇ ଦୋକାନ ଭିତରୁ ବାହାରି ଆସିଥିଲେ। ସିନିବାସ ତାଙ୍କ ଉପରେ ପୁଣି ବୋମାମାଡ଼ କରିଥିଲେ। ନିକଟରେ ଥିବା ଦୋକାନୀ ଘଟଣାସ୍ଥଳରେ ପହଞ୍ଚି ସିନିବାସକୁ କାବୁ କରିଥିଲେ। ଶଶିକାନ୍ତଙ୍କ ସହ ତାଙ୍କ ଦୁଇ ଭାଇଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ପୁଲିସ ପହଞ୍ଚି ସିନିବାସକୁ ଥାନାକୁ ନେଇ ପଚରାଉଚରା କରୁଛି ଓ ଘଟଣା ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ ହୋଇଥିବା ଜଣାପଡ଼ିଛି।

Advertisment
Bomb Blast Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe