Advertisment

ରାଗ ପାଇଁ ଚାଲିଗଲା ଯୁବକଙ୍କ ଜୀବନ!

ଆଜି ସକାଳୁ କେନାଲ କୂଳରେ ସୌମ୍ୟଙ୍କ ମୃତଦେହ ପଡ଼ିଥିବା ତାଙ୍କ ଭାଇ ଦେଖଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ ମୃତକଙ୍କ ଭାଇ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇ ପଠାଇଛି।

ଅଦ୍ୟତନ ହୋଇଛି
Soumya Ranjan Das

Soumya Ranjan Das

Advertisment

ରାଗ ନିଜର ହିଁ କ୍ଷତି କରେ। ଏହି ରାଗ ପାଇଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମୃତକଙ୍କ ନାଁ ସୌମ୍ୟ ରଞ୍ଜନ ଦାସ (୨୪)। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ।

Advertisment

ସୂଚନା ଅନୁସାରେ, ସୌମ୍ୟ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତକାଲି ସନ୍ଧ୍ୟାରେ ଘରଲୋକ ସୌମ୍ୟଙ୍କୁ ଫୋନ୍‌ କରିଥିଲେ। ହେଲେ ସେ ଫୋନ୍‌ ରିସିଭ୍‌ କରି ନଥିଲେ। ଏନେଇ ତାଙ୍କ ଭଉଣୀ ଭୁବନେଶ୍ୱରରେ ରହୁଥିବା ଅନ୍ୟ ଜଣେ ଭାଇଙ୍କୁ ଫୋନ୍ କରି କହିଥିଲେ।ସୌମ୍ୟଙ୍କ ଭାଇ ତାଙ୍କ ଅଫିସ୍‌କୁ ଯାଇ ଖୋଜିଥିଲେ। ହେଲେ ସେଠାରେ ସୌମ୍ୟ ନଥିଲେ।

ସନ୍ଧ୍ୟା ବେଳେ ସୌମ୍ୟଙ୍କ ଭାଇ ହଂସପାଳ ନିକଟ କେନାଲ ଦେଇ ଯାଉଥିବା ବେଳେ କେହି ଜଣେ ସେଥିରେ ବୁଡ଼ି ଯାଇଥିବା ସ୍ଥାନୀୟ ଲୋକଙ୍କଠାରୁ ଶୁଣିଥିଲେ। ବୁଡ଼ି ଯାଇଥିବା ଲୋକଟି ସୌମ୍ୟ ନୁହେଁ ତ ବୋଲି ତାଙ୍କ ମନରେ ପ୍ରଶ୍ନ ଉଠିଥିଲା। ତେଣୁ ସେ ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲା। କିନ୍ତୁ ବୁଡ଼ି ଯାଇଥିବା ଲୋକଟିର ପତ୍ତା ମିଳି ନଥିଲା। ତେଣୁ ଅନ୍ୟମାନଙ୍କ ଭଳି ସୌମ୍ୟଙ୍କ ଭାଇ ମଧ୍ୟ ଘରକୁ ଫେରି ଯାଇଥିଲେ। କିନ୍ତୁ ତାଙ୍କ ସନ୍ଦେହ ଠିକ୍ ହୋଇଥିଲା। ଆଜି ସକାଳେ ସେ କେନାଲକୁ ଆସିଥିବା ବେଳେ କୂଳରେ ସୌମ୍ୟଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ସେ ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇ ପଠାଇଛି। ହେଲେ ସୌମ୍ୟଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ତଦନ୍ତ ଆରମ୍ଭ କରିଛି।

Advertisment

ସୌମ୍ୟଙ୍କ ଭାଇ କହିଛନ୍ତି, ସୌମ୍ୟ ଆତ୍ମହତ୍ୟା କରିବା ପିଲା ନୁହେଁ। ହେଲେ ସେ ବହୁତ ରାଗି। ଘରର ଟିକେ ଟିକେ କଥାରେ ରାଗିଯାଏ। କୌଣସି କଥାରେ ରାଗି ଯାଇ ଯଦି ଏଭଳି କିଛି ପଦକ୍ଷେପ ନେଇଥାଇପାରେ। ହେଲେ ଘରର ଦାୟିତ୍ୱ ନେଇ ତା’ର କିଛି ଚିନ୍ତା ନଥିଲା। ସେ କାହିଁକି ଏଭଳି କଲା ତାହା ଜଣାପଡ଼ି ନାହିଁ। ପୁଲିସର ତଦନ୍ତ ପରେ ଯାହା ଜଣାପଡ଼ିବ।

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe