/odisha-reporter/media/post_attachments/uploadimage/library/16_9/16_9_0/Police_1707147708.jpg)
Police
ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି ଢେଙ୍କାନାଳ ସହରର ବିଶିଷ୍ଟ ବ୍ୟବସାୟୀ ବଳରାମ ସାହୁ। ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାଲଟାକ୍ସ ସ୍ଥିତ ନିଜ ଘରେ ସେ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
Advertisment
ବଳରାମ ସାହୁଙ୍କର କ୍ରସର, ଇଟା ଫ୍ୟାକ୍ଟ୍ରି ଓ ସ’ ମିଲ୍ ଥିଲା। ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ତେବେ ଋଣରେ ବୁଡ଼ି ରହିଥିବାରୁ ମାନସିକ ଭାରସାମ୍ୟ ହରାଇ ସେ ଏଭଳି ଏକ ପଦକ୍ଷେପ ନେଇଥିବା କୁହାଯାଉଛି। ସେ ତାଙ୍କ ମୁଣ୍ଡରେ ଗୁଳି ଫୁଟାଇଥିବା ଜଣାପଡ଼ିଛି।
ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
