BadaBazar Police
ଦାଦାବଟି ନଦେବାରୁ ପ୍ଲଟ ବ୍ୟବସାୟୀଙ୍କୁ ହାଣିଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ବଡ଼ ବଜାର ଥାନା ଅଞ୍ଚଳରେ ଅସାମାଜିକମାନେ ରକ୍ତର ହୋଲି ଖେଳି ଏଭଳି ଆତଙ୍କରାଜ ଦେଖାଇଛନ୍ତି। ଆହତ ଯୁବକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ବଳିଆ ସାହୁ।
ସେ ବାଲୁଙ୍କେଶ୍ଵର ଶିବ ମନ୍ଦିରକୁ ଯାଇ ଘରକୁ ବାଇକ୍ ଯୋଗେ ଫେରୁଥିଲେ। ଏହି ମନ୍ଦିର ନିକଟରୁ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ। ସେ ଘର ନିକଟବର୍ତ୍ତୀ ହୋଇଥିବା ବେଳେ ଖଣ୍ଡା ଚୋଟ ପକାଇଥିଲେ। ଯାହା ତାଙ୍କ ଦେହରେ ବାଜିଥିଲା। ସେ ତଳେ ପଡିଯିବା ପରେ ପୁଣି ତାଙ୍କ ମୁଣ୍ଡକୁ ଖଣ୍ଡାରେ ହାଣି ଦେଇଥିଲେ।
ପରିବାର ଲୋକେ ଏହା ଦେଖି ତାଙ୍କୁ ବଞ୍ଚାଇବାକୁ ଦୌଡ଼ି ଆସିଥିଲେ। ଏହାଦେଖି ଦୁର୍ବୃତ୍ତମାନେ ବାଇକରେ ସେଠାରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ବାସିନ୍ଦା ଓ ପୁଲିସ ତାଙ୍କୁ ଉଦ୍ଧାର କରି ପ୍ରଥମେ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ପରେ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us