Advertisment

କମ୍ବିଂ ବେଳେ ଗୁଳି ବିନିମୟ: ଜଣେ ନକ୍ସଲ ନିହତ, ଜଣେ ଡିଭିଏଫ ଯବାନ ଆହତ

କାମ୍ବିରୀକିଆ ଜଙ୍ଗଲରେ ୨୦ରୁ ଅଧିକ ନକ୍ସଲ ଲୁଚି ରହିଥିବା ସନ୍ଦେହ କରାଯାଉଛି। ତେଣୁ ସେଠାରେ କମ୍ବିଂ ଅପରେସନ ଜାରି ରଖିଛନ୍ତି ଏସ୍‌ଓଜି ଓ ଡିଭିଏଫ୍ ଯବାନ।

author-image
Jitendra Garnayak
SP Office

SP Office

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମ୍ବିରୀକିଆ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ନକ୍ସଲ। ଗୁଳି ବିନିମୟରେ ଜଣେ କ୍ୟାଡର ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଡିଭିଏଫ୍‌ ଯବାନ ଆହତ ହୋଇଛନ୍ତି। ମୃତ ନକ୍ସଲଙ୍କ ପରିଚୟ ମିଳିପାରିନି। ତେବେ ସେ କେକେବିଏନ୍ ଡିଭିଜନର ଜଣେ ଟପ୍ କ୍ୟାଡର ନକ୍ସଲ ବୋଲି ସନ୍ଦେହ କରାଯାଉଛି।

Advertisment

ଆହତ ହୋଇଥିବା ଡିଭିଏଫ୍ ଯବାନଙ୍କ ନାଁ ଜିତେନ୍ଦ୍ର ନାହାକ। ତାଙ୍କୁ ପ୍ରଥମେ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

କାମ୍ବିରୀକିଆ ଜଙ୍ଗଲରେ କିଛି ନକ୍ସଲ ଥିବା ସୂଚନା ପାଇଥିଲା କନ୍ଧମାଳ ପୁଲିସ। ଏହା ପରେ ଏସ୍‌ଓଜି ଓ ଡିଭିଏଫ୍‌ ଟିମ୍ ମିଳିତ ଭାବେ ଶୁକ୍ରବାର ଠାରୁ ସେଠାରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ବେଳେ ସେମାନଙ୍କ ଉପରକୁ ନକ୍ସଲମାନେ ଗୁଳି ଚଳାଇଥିଲେ। ଏହା ପରେ ସୁରକ୍ଷାକର୍ମୀମାନେ ତୁରନ୍ତ ଜବାବ ଦେଇଥିଲେ। ଫଳରେ ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରାୟ ଅଧା ଘଣ୍ଟା ଧରି ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ। ଗୁଳି ବିନିମୟ ବେଳେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଡିଭିଏଫ ଯବାନ ଆହତ ହୋଇଛନ୍ତି।

Advertisment

କାମ୍ବିରୀକିଆ ଜଙ୍ଗଲରେ ୨୦ରୁ ଅଧିକ ନକ୍ସଲ ଲୁଚି ରହିଥିବା ସନ୍ଦେହ କରାଯାଉଛି। ତେଣୁ ସେଠାରେ କମ୍ବିଂ ଅପରେସନ ଜାରି ରଖିଛନ୍ତି ଏସ୍‌ଓଜି ଓ ଡିଭିଏଫ୍ ଯବାନ।

ଫୁଲବାଣୀରୁ ତ୍ରିନାଥ ସାହୁଙ୍କ ରିପୋର୍ଟ

Naxal SOG DVF